ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାୟଗଡ଼ାରେ ହତ୍ୟାକାଣ୍ଡ। ଚାନ୍ଦିଲି ଥାନା ଅଣ୍ଟାମଡ଼ାରେ ଜଣେ ଯୁବକକୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି।

ପୋଲିସ କହିବା ଅନୁସାରେ, ଜେକେପୁର ନିକଟସ୍ଥ ଶାନ୍ତିନଗର ବାସିନ୍ଦା ଅର୍ଜୁନ୍‌ କଣ୍ଡାଗୋରିକୁ କେହି ଦୁର୍ବୃତ୍ତ ତଣ୍ଟି ଚିପି ହତ୍ୟା କରିବା ପରେ ରାସ୍ତା କଡ଼ରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି।

ରାୟଗଡ଼ାର ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ତେବେ ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଜେକେପୁର ଅଞ୍ଚଳର ବିଜୁ ମିଣିଆକା।

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବିଜୁ ମିଣିଆକା ଅର୍ଜୁନ କଣ୍ଡାଗୋରିକୁ ମଦ ପିଆଇ ନିସ୍ତୁକ ମାଡ଼ମାରିବା ସହ ଡ୍ରେନ୍‌ରେ ଚାପି ହତ୍ୟା କରିଛି ବୋଲି ରାୟଗଡ଼ା ଏସପି ସୂଚନା ଦେଇଛନ୍ତି।

ଅଗଷ୍ଟ ୩ ତାରିଖ ଦିନ ସାହିରେ ପାଣି ନେବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏନେଇ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ତେବେ ଏହି ହତ୍ୟାକାଣ୍ଡରେ ଆଉ କିଏ ସଂପୃକ୍ତ ଅଛନ୍ତି ନା ନାହିଁ ତାକୁ ନେଇ ପୁଲିସ ଖୋଳତାଡ଼ କରୁଛି।

ଅନ୍ୟପଟେ ଗିରଫ ଅଭିଯୁକ୍ତ ବିଜୁ ମିଣିଆକାକୁ ପୋଲିସ ଆଜି କୋର୍ଟ ଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here