ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ତଥା ବିଶିଷ୍ଟ ଲେଖକ ଡକ୍ଟର ପ୍ରଦୀପ ଦାଶ  ୪୦ତମ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ତାଙ୍କ ସହ ସଂଗୀତ କ୍ଷେତ୍ରରେ ପଣ୍ଡିତ ହରମୋହନ ଖୁଣ୍ଟିଆ ଓ ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କୁ ମଧ୍ୟ ସମ୍ମାନୀତ କରାଯିବ।

ଶୁକ୍ରବାର ସନ୍ଧ୍ୟାରେ ଶାରଳା ପୁରସ୍କାର ଉପଦେଷ୍ଟା ପରିଷଦ ବୈଠକରେ ଏନେଇ ଘୋଷଣା କରାଯାଇଛି। ଡକ୍ଟର ପ୍ରଦୀପ ଦାଶଙ୍କୁ ତାଙ୍କର ଲେଖା “ଚରୁ ଚବିର ଓ ଚର୍ଯ୍ୟା” ପାଇଁ ଏହି ସମ୍ମାନ ମିଳିବ। ପୁରସ୍କାର ବାବଦରେ ଡକ୍ଟର ଦାଶଙ୍କୁ ୫ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ।

ସେହିଭଳି ପଣ୍ଡିତ ହରମୋହନ ଖୁଣ୍ଟିଆ ଓ ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କୁ ୧ଲକ୍ଷ ୫୦ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ପ୍ରଦାନ କରାଯିବ।

ଅକ୍ଟୋବର ୨୬ତାରିଖରେ ହୋଟେଲ ମେ ଫେୟାରରେ ଏହି ସ୍ୱତନ୍ତ୍ର ଉତ୍ସବର ପାଳନ କରାଯିବ। ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ଗଣେଶୀ ଲାଲ୍ ଯୋଗଦେଇ ପୁରସ୍କାର ପ୍ରଦାନ କରିବେ।

୧୯୭୯ ମସିହାରୁ ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ୍ ମେଟାଲସ୍ ଆଣ୍ଡ ପବ୍ଲିକ ଚାରଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଉଛି।

LEAVE A REPLY

Please enter your comment!
Please enter your name here