ଓଡ଼ିଶାଲାଇଭ ବ୍ୟୁରୋ

ରାଜ୍ୟର ହସ୍ତଶିଳ୍ପ କାରିଗରମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର-୨୦୧୮ ପ୍ରଦାନ କରାଯିବ। ଏନେଇ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ରାଜ୍ୟ ହସ୍ତଶିଳ୍ପ କାରିଗରମାନଙ୍କୁ ପୁରସ୍କୃତ କରିବେ ସରକାର। ଉତ୍କୃଷ୍ଟ କାରିଗରୀ କୃତ୍ତି ପାଇଁ ସେମାନଙ୍କୁ ପୁରସ୍କୃତ କରାଯିବ। ରାଜ୍ୟ ସରକାର ‘ରାଜ୍ୟ ହସ୍ତତନ୍ତ ପୁରସ୍କାର’ ଓ ‘ଜୀବନ ବ୍ୟାପି ହସ୍ତଶିଳ୍ପ କୃତି ପୁରସ୍କାର’ ପ୍ରଦାନ କରିବେ। ତେବେ ଏନେଇ ଇଚ୍ଛୁକ କାରିଗରମାନେ ଆବେଦନ କରିପାରିବେ।
ଯୋଗ୍ୟତା
ରାଜ୍ୟ ସରକାରଙ୍କ ଦ୍ଵାରା ଅନୁମୋଦିତ ୫୦ଟି ହସ୍ତଶିଳ୍ପ ଅନ୍ତର୍ଗତ ୧୮ ବର୍ଷରୁ ଉର୍ଦ୍ଧ ଯେକୌଣସି ହସ୍ତଶିଳ୍ପ କାରିଗର ଆବେଦନ କରିପାରିବେ।
ଆବେଦନ ପ୍ରକ୍ରିୟା
- ରାଜ୍ୟ ହସ୍ତତନ୍ତ ପୁରସ୍କାର
ଇଚ୍ଛୁକ ହସ୍ତଶିଳ୍ପୀମାନେ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଆବେଦନ ପତ୍ର ସହ ନିଜର କଳାକୃତିର ନମୁନା, ସମସ୍ତ ପ୍ରମାଣ ପତ୍ର ଓ ନିଜେ କରିଥିବା କଳାକୃତିର ଓ ଏକ ଫଟୋ(୮’’×୧୦”) ଜିଲ୍ଲା ଶିଳ୍ପ କେନ୍ଦ୍ରରେ ୦୪.୧୧.୨୦୧୯ ସୁଦ୍ଧା ଦାଖଲ କରିବା ଆବଶ୍ୟକ। ଆବେଦନ ପତ୍ର ଅସମ୍ପୂର୍ଣ୍ଣ ଥିଲେ ଏହାକୁ ଗ୍ରହଣ କରାଯିବ ନାହିଁ।
ଏନେଇ ପରସ୍କାର ରାଶି ୫୦ ହଜାର ଟଙ୍କା ଓ ପ୍ରମାଣ ପତ୍ର ରହିଛି।
- ଜୀବନ ବ୍ୟାପି ହସ୍ତଶିଳ୍ପ କୃତି ପୁରସ୍କାର
ରାଜ୍ୟର ହସ୍ତଶିଳ୍ପ କାରିଗରମାନଙ୍କ ମଧ୍ୟରୁ ପ୍ରତି ବର୍ଷ ଜଣଙ୍କୁ ତାଙ୍କର ହସ୍ତଶିଳ୍ପର ବିକାଶରେ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଯୋଗ୍ୟ ହସ୍ତଶିଳ୍ପୀ ପ୍ରାର୍ଥୀମାନଙ୍କଠାରୁ ୨୦୧୮ ମସିହା ପୁରସ୍କାର ପାଇଁ ଦରଖାସ୍ତ ଆହ୍ଵାନ କରାଯାଉଛି। ଏହି ପୁରସ୍କାର ପାଇଁ ଯୋଗ୍ୟ ହସ୍ତ ଶିଳ୍ପୀ କାରିଗରମାନେ ସେମାନଙ୍କ ସଂମ୍ପୂର୍ଣ୍ଣ ତଥ୍ୟ ସହ ଦରଖାସ୍ତକୁ ଆଞ୍ଚଳିକ ଶିଳ୍ପ କେନ୍ଦ୍ର ବା ଜିଲ୍ଲା ଶିଳ୍ପ କେନ୍ଦ୍ରରେ ୪.୧୧.୨୦୧୯ ମଧ୍ୟରେ ଆବେଦନ କରିପାରିବେ।
ଏନେଇ ପୁରସ୍କାର ରାଶି ୧ ଲକ୍ଷ ଟଙ୍କା ସହ ପ୍ରମାଣ ପତ୍ର ଦିଆଯିବ।
ପୁରସ୍କାର ପାଇଁ ଆବେଦନ କରିବାକୁ ଫର୍ମ ଓ ଅନ୍ୟାନ୍ୟ ତଥ୍ୟ ନିକଟସ୍ଥ ଆଞ୍ଚଳିକ ଶିଳ୍ପ କେନ୍ଦ୍ର ଓ ଜିଲ୍ଲା ଶିଳ୍ପ କେନ୍ଦ୍ରରେ ମିଳିପାରିବ।









