ଓଡ଼ିଶାଲାଇଭ୍ ବ୍ୟୁରୋ

ତ୍ୱଚାର ପ୍ରକାର ପାଇଁ ସବୁ କସ୍‌ମେଟିକ୍ସ୍ ଠିକ୍ ନୁହେଁ। ନିଜ ତ୍ୱଚାର ପ୍ରକାର ଅନୁଯାୟୀ ସୌନ୍ଦର୍ଯ୍ୟ ସାମଗ୍ରୀ ବାଛିବା ଉଚିତ। ବିୟୁଟି ପ୍ରଡକ୍ଟରେ ବ୍ୟବହାର କରାଯାଇଥିବା ସାମଗ୍ରୀ ଆମ ତ୍ୱଚା ପାଇଁ କେତେ ଲାଭଦାୟକ ତାହା ଜାଣିବା ନିଆତି ଜରୁରି। ଅଥବା ଏହା ବିଭିନ୍ନ ପ୍ରକାର ତ୍ୱଚା ସମସ୍ୟାର କାରଣ ହେବ।

ଡ୍ରାଏ ସ୍କିନ୍ ବା ସୁଷ୍କ ତ୍ୱଚା : ଡ୍ରାଏ ସ୍କିନ୍ ବା ଶୁଷ୍କ ତ୍ୱଚା ପାଇଁ ହାଇଲ୍ୟୁରୋନିକ୍ ଏସିଡ୍ ସବୁଠାରୁ ଭଲ। ଏହା ତ୍ଵଚାକୁ ମଇଶ୍ଚରାଇଜର୍ ଯୋଗାଏ। ଫେସ୍ ସେରମ୍, ନାଇଟ୍ କ୍ରିମ୍ ତଥା ମଇଶ୍ଚରାଇଜର୍‌ରେ ବି ହାଇଲ୍ୟୁରୋନିକ୍ ଏସିଡ୍ ରହିଛି।

ଅଏଲି ସ୍କିନ୍ ବା ତେଲି୍ରା ତ୍ୱଚା : ତେଲିଆ ତ୍ୱଚା ବା ଅଏଲି ସ୍କିନ୍ ପାଇଁ ସାଲିସାଇକ୍ରିକ୍‌ ଏସିଡ୍ ଖୁବ୍ ଉପଯୋଗୀ। ଏହା ତ୍ୱଚାରୁ ଅତ୍ୟଧିକ ତେଲିଆ ଅଂଶକୁ କମ୍ କରେ। ବ୍ରଣ, ବ୍ଲାକ୍ ହେଡସ୍, ଓ୍ୱାଇଟ୍ ହେଡ୍‌ ଭଳି ସମସ୍ୟାର ସମାଧାନ କରେ।

ଡଲ୍ ସ୍କିନ୍ ବା ମଳିନ ତ୍ୱଚା : ଚମକ ନଥିବା ତ୍ୱଚା ପାଇଁ ଗ୍ଲୁଟାଥିଓନ୍, କୋଜିକ୍ ଏସିଡ୍ ଏବଂ ଲିକୋରିସ୍ ତତ୍ତ୍ୱ ଥିବା ଫେସ୍ ସେରମ୍ ବ୍ୟବହାର କରନ୍ତୁ। କୋଜିକ୍ ଏସିଡ୍ ତ୍ୱଚାରେ ମେଲାନିନ୍ ଅଂଶକୁ ରୋକିଦିଏ।

ସେନ୍ସିଟିଭ୍ ସ୍କିନ୍ ବା ସମ୍ବେଦନଶୀଳ ତ୍ୱଚା : କେଲେଣ୍ଡଲା ଓ କେମୋମାଇଲ୍ ୟୁ ଏକ୍ସଟ୍ରାକ୍ଟସ୍, ହାଇଲ୍ୟୁରନିକ୍ ଏସିଡ୍, ହଳଦୀ ତଥା ଏଲୋଭେରା  ସେନ୍ସିଟିଭ୍ ସ୍କିନ୍ ପାଇଁ ଖୁବ୍ ଫଳପ୍ରଦ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ୍, ଏଣ୍ଟିମାଇକ୍ରୋବିଏଲ୍ ଏବଂ ଏଣ୍ଟିଇନ୍ ଫ୍ଲାମେଟୋରୀ ଗୁଣ ରହିଛି।

ଏଜିଙ୍ଗ୍ ସ୍କିନ୍ ବା ବୟସ୍କ ତ୍ୱଚା :  ହାଇଲ୍ୟୁରୋନିକ୍ ଏସିଡ୍, ଭିଟାମିନ୍-ସି ଓ ରେଟିନାଲର କମ୍ବିନେସନ୍ କ୍ରିମ୍‌ ବ୍ୟବହାର କରିପାରିବେ।

LEAVE A REPLY

Please enter your comment!
Please enter your name here