ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଦେଶରେ ଧୁମ୍‌ଧାମ୍‌ରେ ପାଳନ କରାଯାଏ ଦଶହରା ପର୍ବ। ନଅ ଦିନ ଧରି ପୂଜା ପାଆନ୍ତି ମା’। ନବରାତ୍ରୀ ଅର୍ଥ ୯ଟି ରାତି। ଏହି ୯ ରାତିରେ ମା’ଙ୍କର ୯ ଗୋଟି ରୂପ ପୂଜା ପାଇଥାଏ। ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ ଓ ତ୍ରିପୁରାରେ ଦଶହରାର ଖୁବ୍ ଜାକଜମକରେ ପାଳନ କରାଯାଏ ଦୁର୍ଗାପୂଜା।

ମା’ଙ୍କର ଏହି ଅବତାର ହେଲା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ତଥା ସିଦ୍ଧିଦାତ୍ରୀ। ତେବେ ପ୍ରତ୍ୟେକ ଦିନ ଏହି ୯ ଅବତାରକୁ ଲାଗି ହୁଏ ୯ ପ୍ରକାରର ଭୋଗ।

  • ପ୍ରଥମ ଦିନ ପୂଜା ପାଆନ୍ତି ମାଆ ଶୈଳପୁତ୍ରୀ। ଶୈଳପୁତ୍ରୀ ହେଲେ ମା’ ଦୁର୍ଗତୀନାଶିନୀଙ୍କର ପ୍ରଥମ ରୂପ। ଶୈଳପୁତ୍ରୀଙ୍କୁ ଜଣେ ଶିଶୁ କନ୍ୟା ଏବଂ ପର୍ବତ କନ୍ୟା ଭାବେ ପୂଜା କରାଯାଏ। ପ୍ରଥମ ଦିନ ମା’ ଶୈଳପୁତ୍ରୀ ଗାଢ଼ ନୀଳ ରଙ୍ଗର ବସ୍ତ୍ର ଧାରଣ କରନ୍ତି। ଏହି ଦିନ ମାଙ୍କୁ ଘିଅ ତଥା ଘିଅ ତିଆରି ଲଡ଼ୁ, ଆଳୁ ତିଆରି ଉପମା, ସାଗୁଦାନା ଖେଚୁଡ଼ି ଆଦି ଭୋଗ କରାଯାଇଥାଏ।
  • ଦ୍ୱିତୀୟ ଦିନ ମା’ ବ୍ରହ୍ମଚାରିଣୀ ରୂପେ ପୂଜା ପାଆନ୍ତି। ବ୍ରହ୍ମଚାରିଣୀଙ୍କ ବସ୍ତ୍ର ରଙ୍ଗ ହେଲା ହଳଦିଆ। ଏହି ଦିନ ମା’ଙ୍କୁ ଅଟା ହଲଓ୍ୱା, କଞ୍ଚା କଦଳୀରେ ତିଆରି ବର୍ଫି ଭଳି ଚିନି ତିଆରି ଭୋଗ ପୂଜା କରାଯାଏ।
  • ତୃତୀୟ ଦିନ ମା’ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରାଯାଏ। ମା’ ଚନ୍ଦ୍ରଘଣ୍ଟାଙ୍କୁ ଶାନ୍ତିର ପ୍ରତୀକ ଭାବେ ବିଶ୍ୱାସ କରାଯାଏ। ମା’ ଚନ୍ଦ୍ରଘଣ୍ଟାଙ୍କୁ ଆରାଧନା କଲେ ଜୀବନର ସବୁ ଅସୁବିଧାର ସମାଧାନ ହୁଏ। ଏହି ଦିନ ମା’ ସବୁଜ ରଙ୍ଗର ବସ୍ତ୍ର ଧାରଣ କରି ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ସେହିପରି ମା’ଙ୍କ ପାଖରେ କ୍ଷୀର ତିଆରି ମିଠା ବ୍ୟଞ୍ଜନ ଶାଗୁଦାନା ଖିରି, ଛେନା ଖିରି ଭୋଗ ଲାଗେ।

  • ଚତୁର୍ଥ ଦିନ ମା’ ଶକ୍ତିଙ୍କ ଚତୁର୍ଥ ରୂପ ମା’ କୁଷ୍ମାଣ୍ଡା ଦର୍ଶନ ଦିଅନ୍ତି। ଏହି ଦିନ ଉପବାସ ରଖିଲେ ସବୁ ପ୍ରକାର ରୋଗ ଓ ପିଡ଼ାର ଅନ୍ତ ହୁଏ ବୋଲି ବିଶ୍ୱାସ ରହିଛି। ଏହି ଦିନ ମା’ଙ୍କୁ ମାଲପୁଆ ଭୋଗ ଲାଗିଥାଏ।
  • ମା’ ସ୍କନ୍ଧମାତା ହେଲେ ଦୁର୍ଗତିନାଶିନୀଙ୍କର ପଞ୍ଚମ ଅବତାର। ପଞ୍ଚମ ଦିନ ପୂଜା ପାଉଥିବା ମା’ ସ୍କନ୍ଧମାତା କମଳା ରଙ୍ଗର ବସ୍ତ୍ର ପିନ୍ଧନ୍ତି। ଏହି ଦିନ ଫଳ ଭୋଗ କରାଯାଏ।  କଦଳୀ ତିଆରି ମିଠା କିମ୍ବା କଞ୍ଚା କଦଳୀ ଭଜା, ତରକାରୀ ଆଦି ମା’ଙ୍କ ପାଖରେ ଭୋଗ କରନ୍ତି ଭକ୍ତମାନେ।
  • ଷଷ୍ଠ ଦିନ ହେଲା ମାଆ କାତ୍ୟାୟନୀଙ୍କ ପୂଜା। ମାଆ କାତ୍ୟାୟନୀ ଧଳା ରଙ୍ଗର ଶାଢ଼ି ପିନ୍ଧନ୍ତି ଏବଂ ମହୁ ଭୋଗ ଲାଗି ହୁଏ। ମହୁ ତିଆରି ଯେକୌଣସି ମିଠା ଭୋଗ କରାଯାଏ।
  • ମା’ କାଳରାତ୍ରୀ, ମା’ ଶକ୍ତି ଦୁର୍ଗାଙ୍କର ପ୍ରଚଣ୍ଡ ସପ୍ତମ ରୂପ। ମା’ କାଳରାତ୍ରୀଙ୍କୁ ଲାଲି ରଙ୍ଗର ବସ୍ତ୍ର ପିନ୍ଧାଯାଏ। ଗୁଡ଼ ତିଆରି ଭୋଗ ଲାଗେ।
  • ଅଷ୍ଟମ ଦିନ ମା’ମହାଗୌରୀ ରୂପରେ ବିରାଜନ୍ତି ମହାମାୟା। ମହାଗୌରୀ ଆକାଶିଆ ନୀଳ ରଙ୍ଗର ବସ୍ତ୍ର ଧାରଣ କରନ୍ତି। ମା’ ମହାଗୌରୀଙ୍କ ପାଖରେ ନଡ଼ିଆ ତଥା ନଡ଼ିଆ ତିଆରି ଭୋଗ ଲାଗିକରାଯାଏ।
  • ଶେଷ ବା ନବମୀ ଦିନ ମା’ ସିଦ୍ଧିଦାତ୍ରୀ ଦର୍ଶନ ଦିଅନ୍ତି। ଏହି ଦିନ ଭକ୍ତମାନେ ୯ ଦିନ ଯାଏଁ ରଖିଥିବା ଉପବାସ ବ୍ରତ ଭଙ୍ଗ କରନ୍ତି। ସୁଜି ଉପମା, ପୁରି, ଚଣା ତରକାରୀ ଆଦି ଭୋଗ କରି ମା’ଙ୍କର ସମସ୍ତ ରୂପକୁ ଏକାଥରେ ଆରାଧନା କରନ୍ତି। ମା’ ସିଦ୍ଧିଦାତ୍ରୀ ଗୋଲାପୀ ରଙ୍ଗର ବସ୍ତ୍ର ପିନ୍ଧିଥାଆନ୍ତି।

LEAVE A REPLY

Please enter your comment!
Please enter your name here