ଓଡ଼ିଶାଲାଇଭ୍‌ ବ୍ୟୁରୋ

ରୋଗୀ ମୃତ୍ୟୁକୁ ନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖା ଦେଇଛି। ଡାକ୍ତରଙ୍କ ଅବହେଳା ଯୋଗୁଁ ଦୁଇ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ସଠିକ୍‌ ସମୟରେ ସାଲାଇନ୍, ଇଞ୍ଜେକ୍ସନ ନଦେବାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଦାବି କରିଛନ୍ତି।

ଗତକାଲି ଦୁଇ ଜଣ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେମାନେ ହେଲେ କରଞ୍ଜିଆର ଯାତ୍ରୀ ପାତ୍ର ଓ ନରଣପୁରର କ୍ଷୀରୋଦିନୀ ପାତ୍ର। ଯାତ୍ରୀ ପାତ୍ରଙ୍କୁ ସାପ କାମୁଡ଼ିଥିଲା। ସେଥିପାଇଁ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ।

ସେହିପରି ଉଚ୍ଚ ରକ୍ତଚାପ କାରଣରୁ କ୍ଷୀରୋଦିନୀ ପାତ୍ର ଭର୍ତ୍ତି ହୋଇଥିଲେ। ଉଭୟଙ୍କର ମୃତ୍ୟୁ ଚିକିତ୍ସା ଅଭାବରୁ ହୋଇଥିବା ଅଭିଯୋଗ କରି ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି ।

Comment