ଓଡ଼ିଶାଲାଇଭ୍‌ ବ୍ୟୁରୋ

୩୯ ବର୍ଷରେ ପହଁଚିଛନ୍ତି ବଲିଉଡ୍ ଅଭିନେତ୍ରୀ କରୀନା କାପୁର ଖାନ୍। କରୀନା କେବଳ ନିଜ ସୌନ୍ଦର୍ଯ୍ୟରେ ନୁହେଁ, ନିଜ ଅଭିନୟ ଯାଦୁରେ କୋଟି କୋଟି ଦର୍ଶକଙ୍କ ମନ ଜିଣିଛନ୍ତି।
ଜବ୍ ଉଇ ମେଟ୍ (୨୦୦୭), ଚାମେଲୀ(୨୦୦୪), ଓମକାରା(୨୦୦୬)ରେ ତାଙ୍କ ଅଭିନୟ ଯିଏ ଦେଖିଛି, ସେ ତାଙ୍କର ଦିୱାନା ହୋଇଯାଇଛି। ରୋମାଣ୍ଟିକ ଚରିତ୍ରରେ ସେ ଯେପରି ଦର୍ଶକଙ୍କୁ ବାନ୍ଧି ରଖିପାରନ୍ତି, ଠିକ ସେହିପରି ଭାବନାତ୍ମକ ଚରିତ୍ରରେ ଦର୍ଶକଙ୍କ ଆଖିରୁ ଲୁହ ଝରାଇଦିଅନ୍ତି ଏହି ବଲିଉଡ ସୁନ୍ଦରୀ।
ସୁନ୍ଦରୀ ଝିଅ ଯେ ଅଭିନୟରେ ଦୁର୍ବଳ, ଏହି କଥା ଭୁଲ ପ୍ରମାଣିତ ହୋଇଛି କରୀନାଙ୍କ କ୍ଷେତ୍ରରେ। ଉଭୟ ସୌଦର୍ଯ୍ୟ ଓ କଳାର ସେ ଏକ ସୁନ୍ଦର ସମାହାର।
ବଲିଉଡର ପ୍ରଥମ ପରିବାର କୁହାଯାଉଥିବା କାପୁର ଖାନଦାନର ଦାୟାଦ ଭାବେ କରୀନା ଖୁବ ସହଜରେ ପାଦ ଦେଇଥିଲେ ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିରେ।
୨୦୦୦ ମସିହାରେ ‘ରିଫ୍ୟୁଜି’ ଚଳଚ୍ଚିତ୍ରରେ ଅଭିଷେକ ବଚ୍ଚନଙ୍କ ବିପକ୍ଷରେ ନାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ କରୀନା। ଯଦିଓ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସେତେ ସଫଳତା ପାଇନଥିଲା, କିନ୍ତୁ ପରଦା ଉପରେ କରୀନାଙ୍କ ଅଭିନୟକୁ ପସନ୍ଦ କରିଥିଲେ ଦର୍ଶକ।
୨୦୧୨ ମସିହାରେ ଦୀର୍ଘଦିନର ବୟଫ୍ରେଣ୍ଡ ଛୋଟେ ନୱାବ ତଥା ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ସହ ତାଙ୍କର ବିବାହ ହୋଇଥିଲା। ଗତବର୍ଷ କରୀନା, ମାଆ  ହୋଇଛନ୍ତି।
ପୁଅ ‘ତୈମୁର’ର ନାମକରଣକୁ ନେଇ ବିବାଦ ଉପୁଜିଥିଲା। ସେତେବେଳେ ବି ଦୃଢତାର ସହ ଏହାକୁ ସାମନା କରି ନିଜ ପରିପକ୍ୱତାର ପ୍ରମାଣ ଦେଇଥିଲେ।
ଆଜି କରୀନା, ୩୭ ବର୍ଷରେ ପହଞ୍ଚିଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

LEAVE A REPLY

Please enter your comment!
Please enter your name here