ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପ୍ରିମକୋର୍ଟରେ ୪ଜଣ ନୂଆ ବିଚାରପତିଙ୍କୁ ସୋମବାର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ନିଯୁକ୍ତ କରିଛନ୍ତି। ଏହି ଚାରି ଜଣ ବିଚାରପତି ନିଯୁକ୍ତ ହେବାସହ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି।
ନୂଆକରି ନିଯୁକ୍ତ ହୋଇଥିବା ଏହି ଚାରିଜଣ ବିଚାରପତିଙ୍କ ନାଁ ହେଲା ଜଷ୍ଟିସ୍ କୃଷ୍ଣ ମୁରାରୀ, ଏସ୍ଆର ଭଟ୍ଟ, ବି ରାମାସୁବ୍ରମଣ୍ୟମ ଓ ହୃଷିକେଶ ରାୟ। ସୋମବାର ଏହି ଚାରିଜଣ ବିଚାରପତି ନୂଆକରି ସୁପ୍ରିମକୋର୍ଟର ବିଚାରପତି ଭାବରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି।
ଜଷ୍ଟିସ୍ କୃଷ୍ଣ ମୁରାରୀ ପୂର୍ବରୁ ପଞ୍ଜାବ ଓ ହରିଆଣା ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ସେହିପରି ଏସ୍, ରବୀନ୍ଦ୍ର ଭଟ୍ଟ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି, ସୁବ୍ରମଣ୍ୟମ ଓ ହୃଷିକେଶ ରାୟ ହିମାଚଳ ପ୍ରଦେଶ ଓ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ରହିଥିଲେ।
ବୁଧବାର କେନ୍ଦ୍ର ରାଜ୍ୟ ହାଇକୋର୍ଟର ଚାରିଜଣ ମୁଖ୍ୟ ବିଚାରପତିଙ୍କ ନାମଙ୍କ ମଞ୍ଜୁର କରିଥିଲା। ଏହି ଚାରିଜଣ ବିଚାରପତିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବରେ ନୂତନ ନିଯୁକ୍ତି ମିଳିଛି।