ଓଡ଼ିଶାଲାଇଭ୍ ବ୍ୟୁରେ
ଅକ୍ଟୋବର ୧ରୁ ଗାଡ଼ିର ଅନ୍ଲାଇନରେ ପ୍ରଦୂଷଣମୁକ୍ତ ପ୍ରମାଣପତ୍ର ପ୍ରସ୍ତୁତ କରିବା ବାଧ୍ୟତାମୂଳକ। ସେପ୍ଟେମ୍ବର ୩୦ରୁ ପରେ ଅଫଲାଇନ୍ରେ ପ୍ରସ୍ତୁତ ହୋଇଥିବା ପ୍ରମାଣପତ୍ର ଗ୍ରହଣୀୟ ହେବ ନାହିଁ କି ‘ବାହନ’ ଓ୍ଵେବ୍ସାଇଟ୍ରେ ଉପଲବ୍ଧ ହେବ ନାହିଁ।
ଏବେ ସବୁବେଳେ ହାତରେ ପ୍ରଦୂଷଣମୁକ୍ତ ପ୍ରମାଣପତ୍ର ବା ପଲ୍ୟୁସନ୍ ସାର୍ଟିଫିକେଟ୍ ଧରି ବୁଲିବାକୁ ପଡ଼ିବ ନାହିଁ। ଅନଲାଇନ୍ ଆପ୍ “ଏମ୍ ପରିବହନ” ଜରିଆରେ ଗାଡ଼ିର ସବିଶେଷ ବିବରଣୀ ଉପଲବ୍ଧ ହେବ। ଏହି ଏମ୍ ପରିବହନ ଆପ୍ ଖୋଲି ଗାଡ଼ିର ନମ୍ବର ପକାଇଲେ ଆପେ ଆପେ ସବୁ ସୂଚନା ଆସିଯିବ। ଏଣୁ ଗାଡ଼ି ଚାଳକକୁ ମୂଳ କାଗଜପତ୍ର ଦେଖାଇବାକୁ ବାଧ୍ୟ କରିପାରିବେ ନାହିଁ ଏନ୍ଫୋର୍ସମେଣ୍ଟ୍ ଅଧିକାରୀ। ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି।
Online pollution testing certificate mandatory from 1st Oct, 2019. The PUC certificate fee for 2 & 3 wheelers – Rs.60, Light motor vehicle – Rs.100, medium & heavy motor vehicle – Rs.150 (GST extra). List of pollution testing centers with detail procedure: https://t.co/EPw8irWO4w pic.twitter.com/Et9cE9hzgJ
— STA Odisha (@STAOdisha) September 23, 2019
ସୂଚନା ଅନୁଯାୟୀ, ସାରା ରାଜ୍ୟରେ ବର୍ତ୍ତମାନ ୧୬୩ଟି ପ୍ରଦୂଷଣ ପରୀକ୍ଷା କେନ୍ଦ୍ର ରହିଛି। ଏଥିରୁ ୧୦୬ଟି କାର୍ଯ୍ୟରତ ଥିବା ବେଳେ ୫୭ଟି ଅକାମୀ ରହିଛି। ସେପ୍ଟେମ୍ବର ୩୦ ସୁଦ୍ଧା ଏହି ୫୭ଟି କେନ୍ଦ୍ର ଅନ୍ଲାଇନ୍ରେ ସଂଯୁକ୍ତ ହେବାକୁ ବାଧ୍ୟତାମୂଳକ କରାଯାଇଛି। ନଚେତ୍ ଆଉ ପ୍ରମାଣପତ୍ର ଇସ୍ୟୁ କରିପାରିବେ ନାହିଁ। ଏହାଛଡ଼ା ୧୪ଟି ନୂଆ ପ୍ରଦୂଷଣ ପରୀକ୍ଷା କେନ୍ଦ୍ର ସେପ୍ଟେମ୍ବର ୧ ତାରିଖରୁ ଖୋଲିଛି।
ସେପ୍ଟେମ୍ବର ୧ରୁ ୨୦ ତାରିଖ ମଧ୍ୟରେ ରାଜ୍ୟରେ ୬୯ ହଜାର ୨୧୦ଟି ପ୍ରଦୂଷଣମୁକ୍ତ ପ୍ରମାଣପତ୍ର ଅନ୍ଲାଇନ୍ରେ ପ୍ରଦାନ କରାଯାଇଛି।
ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟରରେ ଦୁଇ ବା ତିନି ଚକିଆ ଗାଡ଼ି ପାଇଁ ୬୦ ଟଙ୍କା, ମୋଟର ଯାନ ପାଇଁ ୧୦୦ଟଙ୍କା, ବଡ଼ ବଡ଼ ଗାଡ଼ି ପାଇଁ ୧୫୦ ଟଙ୍କା ସହ ଜିଏସ୍ଟି ରହିଛି।
ବାହାନ ସହ ସଂଯୁକ୍ତ ଥିବା ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ଓ ନୂଆ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରର ବିବରଣୀ ଆପଣ www.odishatransport.gov.in ଓ www.orissatransport.nic.in ଓ୍ଵେବ୍ସାଇଟ୍ ଜରିଆରେ ପାଇପାରିବେ।