ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ଵଚ୍ଛ ଅଭିଯାନକୁ ବଢ଼ାଇବା ପାଇଁ ଆଉ ପାହୁଣ୍ଡେ ଆଗକୁ ବଢ଼ିଲେ ରାଜ୍ୟ ସରକାର। ଏଣିକି ସବୁଠୁ ସ୍ଵଚ୍ଛ ଓ ପରିଷ୍କାର ରଖୁଥିବା ବିଦ୍ୟାଳୟକୁ ପୁରସ୍କୃତ କରାଯିବ। ଏଥିପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।
ରାଜ୍ୟରେ ଥିବା ସରକାରୀ ସ୍ଵଚ୍ଛତା ପାଇଁ ପୁରସ୍କୃତ କରାଯିବ। ବ୍ଲକ୍, ଜିଲ୍ଲା ଓ ରାଜ୍ୟସ୍ତରରେ ପୁରସ୍କାର ପ୍ରଦାନ କରାଯିବ।
ବ୍ଲକ୍ ସ୍ତରରେ ଯେଉଁ ବିଦ୍ୟାଳୟ ପରିସ୍କାର ଥିବ ୨ହଜାର ଟଙ୍କା ପ୍ରଦାନ କରାଯିବ। ଜିଲ୍ଲା ସ୍ତରରେ ୫ହଜାର, ରାଜ୍ୟ ସ୍ତରରେ ୧୦ହଜାର ପୁରସ୍କାର ପ୍ରଦାନ କରାଯିବ।
ଅକ୍ଟୋବର ୧୪ ସୁଦ୍ଧା ସମସ୍ତ ସରକାରୀ ସ୍କୁଲ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଅକ୍ଟୋବର ୩୧ ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ ହେବ। ନଭେମ୍ବର ୧ରୁ ୧୦ ସୁଦ୍ଧା ପୁରସ୍କାର ପ୍ରଦାନ କରାଯିବ।