ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଆର୍ମି ଏୟାର ଡିଫେନ୍ସ ସେଣ୍ଟରରେ ‘କଲର୍ସ ଆଓ୍ଵାର୍ଡ’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେଠାରେ ରାଷ୍ଟ୍ରପତି କଲର୍ସ ଆଓ୍ୱାର୍ଡ ପ୍ରଦାନ କରିଛନ୍ତି। ୨୫ ବର୍ଷରୁ ଅଧିକ ସମୟ ଧରି ଉଲ୍ଲେଖନୀୟ ସେବା ପାଇଁ ଗୋଳାବନ୍ଧ ଆର୍ମି ଏଡି ସେଣ୍ଟରକୁ ରାଷ୍ଟ୍ରପତି ସମ୍ମାନଜନକ ‘କଲର୍ସ ଆଓ୍ୱାର୍ଡ’ ପ୍ରଦାନ କରିଛନ୍ତି। ଏହି ସମ୍ମାନ ସଶସ୍ତ୍ର ସେନା ପାଇଁ ସର୍ବୋଚ୍ଚ ସାମରିକ ସମ୍ମାନ।

ଏହି କାର୍ଯ୍ୟକ୍ରମରେ ରାମନାଥ କୋବିନ୍ଦ ଉଦ୍‌ବୋଧନ ଦେଇ କହିଛନ୍ତି, ‘‘ମୁଁ ଗୋଳାବନ୍ଧ ଆର୍ମି ଏଡି ସେଣ୍ଟରକୁ ପ୍ରଥମଥର ପାଇଁ ଗସ୍ତ କରିଛି। ଏଠାକୁ ଆସି ମତେ ବହୁତ ଖୁସି ଲାଗୁଛି।’’

ଭାରତୀୟ ସେନାର କାର୍ଯ୍ୟଧରାକୁ ମଧ୍ୟ ପ୍ରଶଂସା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଶୁକ୍ରବାର ଅପରାହ୍‌ଣ ୨ଟା୩୦ରେ ଭାରତୀୟ ବାୟୁସେନାର ଏକ ସ୍ଵତନ୍ତ୍ର ବିମାନ ‘ରାଜକମଲ’ ରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ରାଷ୍ଟ୍ରପତି ସିଧାସଳଖ ଗୋଳାବନ୍ଧ ଅଭିମୁଖେ ବାହାରିଥିଲେ।

LEAVE A REPLY

Please enter your comment!
Please enter your name here