ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ହ୍ୟାଣ୍ଡସମ୍‌ ହଙ୍କ୍‌ ହ୍ରିତିକ ରୋସନ ଏବଂ ଟାଇଗର ଶ୍ରଫ୍‌ଙ୍କ ‘ୱାର’ ଫିଲ୍ମ ଇତିହାସ ରଚିଛି। ଗତକାଲି ଗାନ୍ଧୀ ଜୟନ୍ତୀ ଅବସରରେ ‘ୱାର’ ଫିଲ୍ମ ରିଲିଜ ହୋଇଥିଲା। ଜବରଦସ୍ତ ଆକ୍ସନ ଏବଂ ଖତରନାକ ଷ୍ଟଣ୍ଟରେ ଭରପୂର ‘ୱାର’ ଫିଲ୍ମ ରିଲିଜର ପ୍ରଥମ ଦିନରେ ବକ୍ସ ଅଫିସରେ ୫୩.୩୫ କୋଟି ଟଙ୍କାର ବମ୍ପର ଆୟ କରିଛି।

‘ୱାର’ ହ୍ରିତିକ ରୋସନ ଏବଂ ଟାଇଗର ଶ୍ରଫ୍‌ଙ୍କ କ୍ୟାରିୟରର ସବୁଠାରୁ ସଫଳ ଫିଲ୍ମ ସାବ୍ୟସ୍ତ ହୋଇଛି। ଏହାକୁ ୫୦୦ ହଜାର ସ୍କ୍ରିନ୍‌ରେ ରିଲିଜ କରାଯାଇଥିବା ବେଳେ ହିନ୍ଦୀ ବ୍ୟତୀତ ତାମିଲ ଓ ତେଲୁଗୁ ଭାଷାରେ ମଧ୍ୟ ରିଲିଜ କରାଯାଇଛି। ରିଲିଜ୍‌ର ପ୍ରଥମ ଦିନରେ ବକ୍ସ ଅଫିସ୍‌ରେ ନିଆଁ ଲଗାଇଥିବା ଫିଲ୍ମ ‘ୱାର’ ବଲିଉଡର ୫ଟି ବଡ଼ ରେକର୍ଡ ଭାଙ୍ଗିଛି।

  • ବଲିଉଡ୍‌ରେ ରିଲିଜର ପ୍ରଥମ ଦିନରେ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇପାରିଛି ‘ୱାର’।
  • ଛୁଟି ଦିନରେ ରିଲିଜ ହୋଇ ଓପନିଂ ଡେ’ରେ ସବୁଠାରୁ ଅଧିକ ଆୟ କରିଥିବା ବଲିଉଡ ଫିଲ୍ମ ‘ୱାର’।
  • ହ୍ରିତିକ ରୋଶନ, ଟାଇଗର ଶ୍ରଫ୍‌ ଏବଂ ୟଶରାଜ୍‌ ଫିଲ୍ମସ୍‌ର କ୍ୟାରିୟରର ହାଇଏଷ୍ଟ ଓପନର ହୋଇପାରିଛି।
  • ୨୦୧୯ରେ ପ୍ରଥମ ଦିନରେ ସର୍ବାଧିକ ଆୟ କରିଥିବାର ବଲିଉଡ୍‌ ଫିଲ୍ମ ‘ୱାର’।
  • ଅଷ୍ଟ୍ରେଲିଆରେ ‘ୱାର’ର ଯାଦୁ। ଓପନି ଡେ’ରେ ସର୍ବାଧିକ ବ୍ୟବସାୟ କଲା ଫିଲ୍ମ ‘ୱାର’।

Comment