ଓଡ଼ିଶାଲାଇଭ ବ୍ୟୁରୋ

ବିଧାୟକ ଓ ତହସିଲଦାର ମୁହାଁମୁହିଁ ହେବା ଘଟଣାରେ ଏବେ ଥାନାକୁ ଯାଇଛନ୍ତି ଉଭୟ। ନୀଳଗିରି ଥାନାରେ ଉଭୟପକ୍ଷରୁ ଦୁର୍ବ୍ୟବହାର ଅଭିଯୋଗ ହୋଇଥିଲା। ଏନେଇ ବାଲେଶ୍ଵର ଏସପି ବି. ଯୁଗଳ କିଶୋର ସୂଚନା ଦେଇଛନ୍ତି।

ତେବେ ଏହି ଘଟଣାକୁ ନେଇ ନୀଳଗିରି ଉପଜିଲ୍ଲାପାଳଙ୍କ ଅଫିସ୍‌ରେ ଏକ ବୈଠକ ବସିଛି। ଏଥିରେ ବାଲେଶ୍ଵର ଉପଜିଲ୍ଲାପାଳ ଓ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଉପସ୍ଥିତ ରହିଛନ୍ତି।

ଆଜି ସକାଳୁ ନୀଳଗିରି କୋର୍ଟ ପରିସରରୁ ମୋହରିମାନଙ୍କ ଚାଳିଆ ଉଚ୍ଛେଦ ନେଇ ଉଭୟ ତହସିଲଦାର ଓ ବିଧାୟକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ଏହା ଉଗ୍ର ରୂପ ନେଇଥିଲା। ବିଧାୟକଙ୍କ ସମର୍ଥକମାନେ ତହସିଲଦାରଙ୍କୁ ତାଲା ପକାଇ ଦେଇଥିଲେ। ପରେ ଦୁର୍ବ୍ୟବହାର ପ୍ରତିବାଦରେ ବିଧାୟକ ଅନଶନରେ ବସିଥିଲେ।

LEAVE A REPLY

Please enter your comment!
Please enter your name here