ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତ୍ରୀ ଭୂମି ପେଡ୍‌ନେକର୍‌ ହାସଲ କରିଛନ୍ତି “ଫେସ୍ ଅଫ୍ ଏସିଆ” ନାମକ ଆନ୍ତର୍ଜାତିକ  ସମ୍ମାନ। ବୁସାନ୍‌ରେ ଆୟୋଜିତ ୨୪ତମ ଇଣ୍ଟର୍‌ନ୍ୟାସନାଲ୍ ବୁସାନ୍ ଫିଲ୍ମ ଫେଷ୍ଟିଭାଲ୍ (ବିଆଇଏଫ୍‌ଏଫ୍‌)ରେ ଭୂମିଙ୍କୁ ମିଳିଛି “ଫେସ୍ ଅଫ୍ ଏସିଆ” ପୁରସ୍କାର। ଫିଲ୍ମ “ଡଲି କିଟ୍ଟି ଅର୍ ବୋ ଚମକ୍‌ତେ ସିତାରେ” ପାଇଁ ଭୂମିଙ୍କୁ ଫେସ୍ ଅଫ୍ ଏସିଆ ସମ୍ମାନରେ ସମ୍ମାନିତ କରାଯାଇଛି।

ନିଜ କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ପୁରସ୍କାର ପାଇ ଭୂମି ବହୁତ ଖୁସି। ସେ ନିଜକୁ ଖୁବ୍ ଗର୍ବିତ ମନେ କରୁଛନ୍ତି।

ୟଶ୍‌ରାଜ୍ ଫିଲ୍ମସ୍‌ରେ ଆସିଷ୍ଟାଣ୍ଟ୍ କାଷ୍ଟିଙ୍ଗ୍ ଡାଇରେକ୍ଟର୍‌ରୁ ଅଭିନୟ ଆରମ୍ଭ କରିଥିଲେ ଭୂମି। ୨୦୧୫ରେ ନିଜ ପ୍ରଥମ ଫିଲ୍ମ “ଦମ୍ ଲଗାକେ ହଇସା”ରୁ ହିଁ ମଜାଦାର ଅଭିନୟ କରି ଫିଲ୍ମଫେୟାର୍ (ବେଷ୍ଟ୍ ଫିମେଲ୍ ଡେବ୍ୟୁ) ଆଓ୍ୱାର୍ଡ ହାତେଇ ନେଇଥିଲେ ଭୂମି।

LEAVE A REPLY

Please enter your comment!
Please enter your name here