ଓଡ଼ିଶାଲାଇଭ ବ୍ୟୁରୋ
ବିଚ୍ ରାସ୍ତାରେ ବ୍ୟବସାୟୀଙ୍କୁ ଗୁଳି ମାରି ଚମ୍ପଟ ମାରିଲେ ଦୁର୍ବୃତ୍ତ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଶେରଗଡ଼ ଛକରେ। ବ୍ୟବସାୟୀଙ୍କ କାନ୍ଧରେ ଓ ମୁଣ୍ଡରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।
୫ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଶେରଗଡ଼ ଛକରେ ବ୍ୟବସାୟୀଙ୍କୁ ଲୁଟିବାକୁ ଷଡ଼ଯନ୍ତ୍ର କରିଥିଲେ। ତେବେ ଏଥିରେ ବିଫଳ ହେବା ପରେ ବ୍ୟବସାୟୀଙ୍କୁ ଗୁଳି ମାଡ଼ କରିଥିଲେ। ବ୍ୟବସାୟୀଙ୍କ ଦେହରେ ଦୁଇଟି ଗୁଳି ବାଜିବା ପରେ ସେମାନେ ଫେରାର ହୋଇଯାଇଥିଲେ।
ସୁନାଚେନ ଲୁଟିବା ଉଦ୍ଦେଶ୍ୟରେ ଲୁଟେରାମାନେ ବ୍ୟବସାୟୀଙ୍କୁ ଗୁଳି ମାରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ବାଲେଶ୍ଵର ଏସ୍ପି ବି. ଯୁଗଳ କିଶୋର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।