ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଓଡ଼ିଶା ପୋଲିସ୍ ସିଲେକ୍ସନ୍ ବୋର୍ଡର ଅନୁମୋଦନକ୍ରମେ ରାଜ୍ୟ ପୋଲିସ୍ ବାହିନୀରେ କାର୍ଯ୍ୟରତ ଥିବା ୪୨ ଜଣ ହାବିଲଦାର ମେଜରଙ୍କୁ ପଦୋନ୍ନତି ମିଳିଛି। ସମ୍ପୃକ୍ତ କର୍ମଚାରୀମାନେ ଡ୍ରିଲ୍ ସବ୍ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ହୋଇଛନ୍ତି।
୪୨ଜଣ ନୂତନ ଅଧିକାରୀମାନଙ୍କୁ ତୁରନ୍ତ ରିଲିଭ୍ କରାଯାଇ ନୂତନ ଦାୟିତ୍ୱରେ ଯୋଗଦାନ କରିବା ଲାଗି ଡିଜି ବିଜୟ କୁମାର ଶର୍ମା ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ଥିବା ହାବିଲଦାର ମେଜରଙ୍କୁ ପଦୋନ୍ନତି କରାଯିବା ଲାଗି ଓଡ଼ିଶା ପୋଲିସ ସିଲେକସନ୍ ବୋର୍ଡ ଫାଇଲ୍ ଯାଇଥିଲା। ବୋର୍ଡ ସମ୍ପୃକ୍ତ କର୍ମଚାରୀମାନଙ୍କର ରେକର୍ଡ ଅନୁଧ୍ୟାନ କରିସାରିବାରେ ୪୨ ଜଣ ହାବିଲଦାରଙ୍କୁ ଡ୍ରିଲ୍ ସବ୍ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଁ ଅନୁମୋଦନ କରିଥିଲା।
















