ଓଡ଼ିଶାଲାଇଭ ବ୍ୟୁରୋ
ଭୟଙ୍କର ରୂପ ନେଲା ପାରିବାରିକ କଳି। ସାମାନ୍ୟ କଳିରୁ ୨ଝିଅଙ୍କୁ ଧରି ଟ୍ରେନ ଆଗକୁ ଡେଇଁ ପଡ଼ିଲା ମା’। ଏପରି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଷ୍ଟେସନରେ। ଏଥିରେ ମା’ର ମୃତ୍ୟୁ ହୋଇଥିବା ବେଳେ ଦୁଇ ଝିଅ ଗୁରୁତର ଆହତ ହୋଇଛନ୍ତି।
ପାରିବାରିକ କଳହରୁ ଜଣେ ମହିଳା ତାଙ୍କ ଦୁଇ ଝିଅଙ୍କ ସହ ଟ୍ରେନ ଆଗକୁ ଡେଇଁ ପଡ଼ିଛନ୍ତି। ପରେ ୨ଜଣ ଝିଅ କାନ୍ଦି କାନ୍ଦି ଆସି ସ୍ଥାନୀୟ ଲୋକଙ୍କୁ କହିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଏଥିରେ ମା’ର ମୃତ୍ୟୁ ହୋଇଛି। ଏହାସହ ଜଣେ ଝିଅର ହାତ ପାପୁଲି କଟି ଯାଇଥିବା ବେଳେ ଅନ୍ୟ ଜଣଙ୍କର ମୁଣ୍ଡ ଫାଟି ଯାଇଛି।
ଆହତ ଜଣେ ଝିଅକୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଜଣେ ଏମ୍କେସିଜେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତ ମହିଳାଙ୍କ ଘର ବଡ଼ଗଡ଼ ଥାନା ଅଞ୍ଚଳରେ ବୋଲି ଜଣା ପଡ଼ିଛି। ଅନ୍ୟପକ୍ଷରେ ମୃତ ମହିଳାଙ୍କ ସ୍ଵାମୀକୁ ପୋଲିସ ଅଟକ ରଖି ପଚରା ଉଚରା ଜାରି ରଖିଛି।