ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ରେଳ ଷ୍ଟେସନରୁ ଆଜି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ ବାହାରିଛି। ଦିନ ୧୨ଟାରେ ଦକ୍ଷିଣ ଓଡ଼ିଶାର ୮ ଟି ଜିଲ୍ଲାର ୯୭୦ ବରିଷ୍ଠ ନାଗରିକଙ୍କୁ ନେଇ ଏକ ତୀର୍ଥଯାତ୍ରା ଟ୍ରେନ ରାମେଶ୍ୱର, ମଦୁରାଇ ଓ ତିରୁପତି ଯାତ୍ରାରମ୍ଭ କରିଛି। ଏହାକୁ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ  ପାଣିଗ୍ରାହୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି ଟ୍ରେନରେ ଗଞ୍ଜାମର ୪୮୩, ଗଜପତିର ୫୯  କନ୍ଧମାଳର ୫୩, କୋରାପୁଟର ୧୧୩, ମାଲକାନଗିରିର ୫୨, ନବରଙ୍ଗପୁରର ୮୩, ରାୟଗଡ଼ର ୯ ଓ ବୌଦ୍ଧ ଜିଲ୍ଲାର ୩୦ ବରିଷ୍ଠ ନାଗରିକ ରହିଛନ୍ତି।

ଏହି ଟ୍ରେନରେ ୯୭୦ ବରିଷ୍ଠ ନାଗରିକ ବ୍ୟତୀତ ୩୦ ଏସ୍କର୍ଟ ଅଫିସର ଅଛନ୍ତି। ମାର୍ଚ୍ଚ ୫ ତାରିଖରେ ଏହି ତୀର୍ଥଯାତ୍ରା ଟ୍ରେନ ବ୍ରହ୍ମପୁର ଫେରିବ। ୨୦୧୬ ମସିହାରୁ ରାଜ୍ୟ ସରକାର ଏହାକୁ ମିଶାଇ ଓଡିଶାରୁ ୧୩ ଥର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଟ୍ରେନର ଆୟୋଜନ କରିସାରିଛନ୍ତି।

Comment