ଓଡ଼ିଶାଲାଇଭ୍ ବ୍ୟୁରୋ

କଣ୍ଟାବାଞ୍ଜି ବିଧାନସଭା ଆସନରୁ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଟିଟଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିବେ। ଏହାପୂର୍ବରୁ ସେ ସେଠାରେ ଶୋଭଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

ନବୀନ ପଟ୍ଟନାୟକ ପ୍ରାର୍ଥିପତ୍ର ଦାଖଲ ପାଇଁ ଗୁରୁବାର ଟିଟିଲାଗଡ଼ ନିକଟସ୍ଥ ତୁଷୁରା ଏୟାରଷ୍ଟ୍ରିପରେ ପହଞ୍ଚିବେ। ସେଠାରୁ ସେ ଟିଟିଲାଗଡ଼ ହାଇସ୍କୁଲ ପଡ଼ିଆକୁ ଯାଇ ଶୋଭାଯାତ୍ରାରେ ସାମିଲ ହେବେ। ଏହାପରେ ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିବେ।

ନବୀନ ପଟ୍ଟନାୟକଙ୍କ ଟିଟଲାଗଡ଼ ଗସ୍ତକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଟିଟଲାଗଡ଼ରେ ଅନେକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ମେ’ ୨୦ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନରେ ମତଦାନ ହେବ। ଏଠାରେ ନବୀନ ପଟ୍ଟନାୟକଙ୍କ ବିରୋଧରେ କଂଗ୍ରେସରୁ ସନ୍ତୋଷ ସିଂ ସାଲୁଜା ଏବଂ ବିଜେପିରୁ ଲକ୍ଷ୍ମଣ ବାଗ୍ ପ୍ରାର୍ଥୀ ହୋଇଛନ୍ତି।

ଚଳିତ ନିର୍ବାଚନରେ ନବୀନ ପଟ୍ଟନାୟକ ହିଞ୍ଜିଳି ସହ କଣ୍ଟାବାଞ୍ଜି ଆସନରୁ ଲଢ଼ୁଛନ୍ତି। ମଙ୍ଗଳବାର ସେ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

Tags: #NaveenPatnaik #KantabanjiAssemblySeat #Nomination #BJD #Politics #Odisha

LEAVE A REPLY

Please enter your comment!
Please enter your name here