ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କ ଚୟନ ପାଇଁ ଜାରି ରହିଛି ମତଦାନ। ଏଥିରେ ଏନଡିଏ ପକ୍ଷରୁ ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡୀ ପ୍ରାର୍ଥୀ ହୋଇଛନ୍ତି। ତେବେ ଏଥର ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭାଗ ନେଉ ନାହିଁ।

ବିଜେଡିର ୭ ରାଜ୍ୟସଭା ସାଂସଦ ଭୋଟ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଏହାଦ୍ଵାରା ଏନଡିଏ ଓ ୟୁପିଏଠାରୁ ସମଦୂରତା ବଜାୟ ରଖିଛି ବିଜେଡି। ତେବେ ଏହାକୁ ନେଇ ଦଳରେ ଅସନ୍ତୋଷ ସୃଷ୍ଟି ହୋଇଛି।

ବିଜେଡି ଭୋଟଦାନ ପ୍ରକ୍ରିୟାରୁ ବିରତ ରହି ଏନଡିଏ ପ୍ରାର୍ଥୀଙ୍କୁ ପରୋକ୍ଷରେ ସମର୍ଥନ କରିଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗଳବାର ସନ୍ଧ୍ୟା ୫ଟାରେ ମତଦାନ ଶେଷ ହେବାପରେ ଭୋଟ ଗଣତି ହେବ।

Tags: #VicePresidentElection #BJD #Politics

Comment