ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁରେ ଗତ ୨୦୧୩ ମସିହାରେ ଘଟିଥିବା ଡବଲ ମର୍ଡର ମାମଲାରେ ୫ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ କୋର୍ଟ। ଦୋଷୀମାନେ ହେଉଛନ୍ତି ଭଗବାନ ସ୍ୱାଇଁ, ସରୋଜ ସ୍ୱାଇଁ, ଅମିନ ସ୍ୱାଇଁ, କାର୍ତ୍ତିକ ସ୍ୱାଇଁ ଓ ଧନୁ ସ୍ୱାଇଁ। ସମସ୍ତ ଦୋଷୀ ଗୋଟିଏ ପରିବାରର। 

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ୨୦୧୩ ମସିହା ଡିସେମ୍ବର ୨୮ ତାରିଖରେ ଜଗନ୍ନାଥପୁର ଗାଁ ପୋଖରୀ ନିକଟରେ ଗୁଲା ସ୍ୱାଇଁ ଓ ତାଙ୍କ ପୁଅ ରାଜୀବ ସ୍ୱାଇଁଙ୍କୁ ହତ୍ୟା କରାଯାଇଥିଲା। ବାପ ପୁଅ ପୋଖରୀରେ ଗାଧୋଇବା ସମୟରେ ଭଗବାନ ସ୍ୱାଇଁ ଓ ତାଙ୍କ ସହଯୋଗୀମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲ। ଘଟଣାସ୍ଥଳରେ ହିଁ ଗୁଲା ଓ ରାଜୀବଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପାଟପୁର ଥାନା ପୋଲିସ ୮ ଜଣଙ୍କୁ ଗିରଫ କରିଥିଲା। 

ଏହ ହତ୍ୟା ମାମଲାରେ ୧୯ ଜଣ ସାକ୍ଷୀଙ୍କ ବୟାନ ଏବଂ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଆଧାରରେ କୋର୍ଟ ୮ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରରେ ଅନ୍ୟ ୩ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

Tags: #JagannathpurDoubleMurder #LifeSentence #Crime #Ganjam #Judgement

Comment