ଓଡ଼ିଶାଲାଇଭ୍ ବ୍ୟୁରୋ

୩୫ ବର୍ଷରେ ପାଦ ରଖିଲେ ଟିମ୍‌ ଇଣ୍ଡିଆର ଯୁବ କ୍ରିକେଟର ରିଦ୍ଧିମାନ ଶାହ।

ଟେଷ୍ଟ କ୍ରିକେଟରୁ ମହେନ୍ଦ୍ର ସିଂହ ଧୋନି ଅବସର ନେବା ପରେ ତାଙ୍କର ଉତ୍ତରାଧିକାରୀ ଭାବେ ଦଳରେ ସ୍ଥାନ ପାଇଥିଲେ ଯୁବ କ୍ରିକେଟର ରିଦ୍ଧିମାନ ଶାହ। ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ସେ ଭାରତର ପ୍ରଥମ ପସନ୍ଦର ୱିକେଟକିପର୍।

ଭାରତର ଏହି ଯୁବ କ୍ରିକେଟର ଆଜି ୩୫ ବର୍ଷରେ ପାଦ ରଖିଛନ୍ତି। ୧୯୮୪ ମସିହା ଅକ୍ଟୋବର ୨୪ ତାରିଖରେ ସେ ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଜନ୍ମଗ୍ରହଣ କରିଥିଲେ।

ସେ ଭାରତ ପାଇଁ ୨୦୧୦ ମସିହାରେ ଟେଷ୍ଟ ଡେବ୍ୟୁ କରିଥିଲେ। ତେବେ ମାତ୍ର ଗତ କିଛି ଦିନ ମଧ୍ୟରେ ସେ ଭାରତୀୟ ଦଳର ନିୟମିତ ସଦସ୍ୟ ହୋଇପାରିଛନ୍ତି।

ଭାରତ ପାଇଁ ବର୍ତ୍ତମାନ ସୁଦ୍ଧା ୩୨ଟି ଟେଷ୍ଟ ଖେଳିସାରିଥିବା ରିଦ୍ଧିମାନ ତିନୋଟି ଶତକ ସହ ପାଞ୍ଚଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ଟେଷ୍ଟରେ ୱିକେଟ କିପିଂ କରି ମୋଟ୍ ୭୫ଟି କ୍ୟାଚ୍ ସହ ୧୦ଟି ଷ୍ଟମ୍ପି କରିଛନ୍ତି।  ଭାରତୀୟ ଟେଷ୍ଟ ଟିମରୁ ଧୋନି ଅବସରନେବା ପରେ ତାଙ୍କର ସେହି ସ୍ଥାନକୁ ରିଦ୍ଧିମାନ ପୂରଣ କରିପାରିଛନ୍ତି।

ଏହାସହ ଆଇପିଏଲରେ ମଧ୍ୟ ସେ ନିଜର କରିସ୍ମା ଦେଖାଇସାରିଛନ୍ତି। ଆଇପିଏଲର ପ୍ରଥମ ତିନୋଟି ସିଜିନରେ ସେ କେକେଆର ଦଳ ସହ ଯୋଡ଼ି ହୋଇ ରହିଥିଲେ। ଏହାପରେ ସେ ୨୦୧୧ ମସିହାରେ ଚେନ୍ନାଇ ଦଳ ସହ ଯୋଗ ଦେଇଥିଲେ। ଲଗାତାର ତିନି ବର୍ଷ ଚେନ୍ନାଇ ଦଳରେ ରହିବା ପରେ ସେ ପଞ୍ଜାବ ଦଳ ଓ ପରେ ସନରାଇଜର୍ସ ଦଳରେ ଯୋଗ ଦେଇଥିଲେ।

ଆଇପିଏଲ ଇତିହାସରେ ରିଦ୍ଧିମାନ ଜଣେ ସଫଳ ୱିକେଟକିପର ଭାବେ ନିଜକୁ ପ୍ରମାଣିତ କରିପାରିଛନ୍ତି। ଏହାସହ ଭବିଷ୍ୟତରେ ମଧ୍ୟ ସେ ଟେଷ୍ଟରେ ବେଷ୍ଟ୍‌ ୱିକେଟ ହୋଇପାରିବେ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ରଖିଛନ୍ତି। ଆଜି ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା।

LEAVE A REPLY

Please enter your comment!
Please enter your name here