ଓଡ଼ିଶାଲାଇଭ୍ ବ୍ୟୁରୋ

ରୋଷେଇ କଲା ବେଳେ ଖାଦ୍ୟରେ ବେଳେ ବେଳେ ଅଧିକ ଲୁଣ, ଲଙ୍କା ଗୁଣ୍ଡ ବା ମସଲା ପକାଇ ଦେଇଥାଉ। ଖାଦ୍ୟରେ କିଛି ବି ମସଲା ଅଧିକ ପଡ଼ିଗଲେ ଖାଦ୍ୟର ସ୍ୱାଦ ଖରାପ ହୋଇଯାଏ। ଅଧିକ ଲଙ୍କା ଗୁଣ୍ଡ ପଡ଼ିଲେ ଖାଦ୍ୟ ରାଗ ହୋଇଯାଏ ତ ଅଧିକ ଲୁଣ ପଡ଼ିଲେ ଖାଦ୍ୟ ଅଧିକ ଲୁଣିଆ ହୋଇଯାଏ। କିନ୍ତୁ କିଛି ଟିପ୍ସ ଆପଣେଇ ଖାଦ୍ୟର ସ୍ୱାଦକୁ ଠିକ୍‌ କରିପାରିବେ।

ଖାଦ୍ୟରେ ଲୁଣ ଅଧିକ ପଡ଼ିଲେ

ସାଧାରଣତଃ ଖାଦ୍ୟରେ ଲୁଣର ଅନୁପାତ କେତେ ପଡ଼ିବ ପ୍ରାୟ ଲୋକେ ଜାଣି ନଥା’ନ୍ତି। କିଏ ଅଧିକ ଲୁଣ ତ କିଏ କମ୍‌ ଲୁଣ ପକାଇ ଦେଇଥା’ନ୍ତି। କିନ୍ତୁ ଅଧିକ ଲୁଣ ପଡ଼ିଥିଲେ, ଖାଦ୍ୟରେ ଆଳୁରୁ ଚୋପା ଛଡ଼େଇକି ପକେଇଦେବେ। ଖାଇବା ବାଢ଼ିବା ବେଳେ ସେହି ଆଳୁକୁ କାଢ଼ି ଦେବ। ଆଳୁ ଅତ୍ୟଧିକ ଲୁଣକୁ ଟାଣିନେଇଥାଏ।

ଲୁଣିଆ ଓ ରାଗ ହୋଇଥିଲେ

ତରକାରି ଅଥବା ଡାଲିରେ ଲୁଣ ଓ ରାଗ ପରିମାଣ ଅଧିକ ହୋଇଥିଲେ ସେଥିରେ ଟିକେ ଚିନି ପକାଇ ଦିଅନ୍ତୁ। ଖାଇବାର ସ୍ୱାଦ ଠିକ୍‌ ରହିବ।

ଲୁଣ କମ୍‌ ହୋଇ ଯାଇଥିଲେ

ତରକାରିରେ ଲୁଣ କମ୍‌ ହୋଇଯାଇଥିଲେ, ସେଥିରେ ୧ରୁ ୨ ଚାମଚ ଦହି ମିଶାନ୍ତୁ। ଏଥିରେ ଖାଦ୍ୟର ସ୍ୱାଦ ବଢ଼ିଯିବ।

ଖାଦ୍ୟରେ ରାଗ କମ୍ କରିବା ପାଇଁ

ତରକାରିରେ ରାଗ କମ୍‌ କରିବା ପାଇଁ ଏଥିରେ ସିଝା ଆଳୁକୁ ଚକଟିକି ମିଶାଇ ଦେବ। ଏଭଳି କରିବା ଫଳରେ ଖାଦ୍ୟରେ ରାଗ କମ୍‌ ହୋଇଯିବ।

ତରକାରି ଅଧିକ ପାଣିଚିଆ ହୋଇଥିଲେ

ଯଦି ତରକାରିରେ ଝୋଳ ବା ସୁପ୍ ପରିମାଣ ଅଧିକ ହୋଇଛି, ତେବେ ସେଥିରେ ଦହି, କ୍ରିମ୍‌ ବା ମଲାଇ ମିଶାଇ ତରକାରିକୁ ବହଳିଆ କରିପାରିବେ ବା ଲୁଣ ବି କମ୍‌ କରିପାରିବେ। ଏହା କରିବା ଦ୍ୱାରା ସ୍ୱାଦ ବି ବଢ଼ିଯିବ ଏବଂ ରାଗ ବି କମ୍‌ ହୋଇଯିବ।

Comment