ଓଡ଼ିଶାଲାଇଭ ବ୍ୟୁରୋ

ଦ୍ଵିତୀୟ ଥର ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମନୋହରଲାଲ ଖଟ୍ଟର। ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌତାଲା ମଧ୍ୟ ଶପଥ ନେଇଛନ୍ତି। ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ଦୁଇଜଣଙ୍କୁ ଶପଥ ପାଠ କରାଇଛନ୍ତି।

ଏହି ଶପଥ ସମାରୋହରେ ବିଜେପିର କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡା, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳର ନେତା ପ୍ରକାଶ ସିଂହ ବାଦଲ ଉପସ୍ଥିତ ଥିଲେ।

ହରିୟାଣାରେ ୯୦ଟି ବିଧାନସଭା ଆସନରୁ ବିଜେପି ୪୦ଟି ଜିତିଥିବା ବେଳେ କଂଗ୍ରେସ ୩୧, ଜେଜେପି ୧୦ ଓ ଅନ୍ୟ ଦଳ ୯ଟି ଆସନ ଜିତିଛନ୍ତି। ପରେ ବିଜେପି ୭ ସ୍ଵାଧୀନ ବିଧାୟକ ଓ ୧୦ ଜେଜେପି ବିଧାୟକଙ୍କୁ ନେଇ ସରକାର ଗଠନ କରିଛି।

LEAVE A REPLY

Please enter your comment!
Please enter your name here