ଓଡ଼ିଶାଲାଇଭ ବ୍ୟୁରୋ

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଜେପି ୭୮ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏଥିରେ ରେସଲର ଯୋଗେଶ୍ଵର ଦତ୍ତ, ମହିଳା ରେସଲର ବବିତା ଫୋଗଟେ ଓ ପୂର୍ବତନ ଭାରତୀୟ ହକି କ୍ୟାପଟେନ ସନ୍ଦିପ ସିଂହଙ୍କୁ ବିଜେପି ଟିକେଟ ଦେଇଛି।

ଯୋଗେଶ୍ଵର ବରୋଦା, ବବିତା ଦାଦ୍ରୀ ଓ ସନ୍ଦିପ ପିହୋଓ୍ଵା ସିଟ ପାଇଁ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିବେ। ନିକଟରେ ଏହି ୩ଜଣ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ।

ତେବେ ରବିବାର ବିଳମ୍ଵିତ ରାତି ପର୍ଯ୍ୟନ୍ତ ବିଜେପିର ସିଇସି ବୈଠକ ବସିଥିଲା। ଯେଉଁଥିରେ ହରିୟାଣା ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଥିଲେ।

ଯୋଗେଶ୍ଵର ଲଣ୍ଡନ ଅଲମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଚ ପଦକ ଜିତିଥିଲେ। ସନ୍ଦିପ ସିଂହ ଭାରତୀୟ ହକି ଦଳରେ କ୍ୟାପଟେନ ରହିବା ସହ ସର୍ବାଧିକ ଗୋଲ କରିବାର ରେକର୍ଡ ମଧ୍ୟ କରିଛନ୍ତି। ସେହିପରି ବବିତା ୨୦୧୪ ଗ୍ଲାସଗୋରେ ଭାରତ ପାଇଁ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।

Comment