ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାଙ୍କ ପ୍ରଶଂସକ, ପରିବାର ଏବଂ ବନ୍ଧୁମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ସୁଶାନ୍ତ ଆରପାରିକୁ ଚାଲି ଯାଇଥିବାରୁ ତାଙ୍କ ଦ୍ୱାରା ସାଇନ୍‌ ହୋଇଥିବା ଅନେକ ନୂଆ ପ୍ରୋଜେକ୍ଟ ଅଧୁରା ରହିଯାଇଛି। ଯାହା ଏବେ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି। ଏହିପରି ଗୋଟିଏ ପ୍ରୋଜେକ୍ଟ  ହେଉଛି ‘ବନ୍ଦେ ଭାରତମ୍’। ମୁଖ୍ୟ ଭୂମିକାରେ ସୁଶାନ୍ତଙ୍କୁ ନେଇ ଏହି ଫିଲ୍ମଟି ତାଙ୍କର ଖାସ୍‌ବନ୍ଧୁ ତଥା ଫିଲ୍ମ ନିର୍ମାତା ସନ୍ଦୀପ ସିଂଙ୍କ ପ୍ରସ୍ତୁତ କରିବାକୁ ଯାଉଥିଲେ। ସୁଶାନ୍ତ ଓ ସନ୍ଦୀପ ଉଭୟ ମିଶି ଏହି ଫିଲ୍ମକୁ ପ୍ରଡ୍ୟୁସ କରିଥାନ୍ତେ।

ସୁଶାନ୍ତ ଚାଲିଯିବା ପରେ ଏବେ ଏକା ହୋଇଯାଇଛନ୍ତି ସନ୍ଦୀପ। ଇନଷ୍ଟାରେ ଏକ ଭାବପୂର୍ଣ୍ଣ ପୋଷ୍ଟ କରି ସେ ସୁଶାନ୍ତଙ୍କୁ କେତେ ମନେ ପକାଉଛନ୍ତି କହିଛନ୍ତି। ଏହି ଫିଲ୍ମରେ ସୁଶାନ୍ତଙ୍କ ଫାଷ୍ଟ ଲୁକ ସେୟାର କରି ସନ୍ଦିପ ଲେଖିଛନ୍ତି,‘‘  ସୁଶାନ୍ତ ତୁମେ ମତେ କଥା ଦେଇଥିଲା ଆମେ ଦୁହେଁ, ବିହାରୀ ଭାଇ ଦିନେ ଇଣ୍ଡଷ୍ଟ୍ରିରେ ରାଜ କରିବା। ସବୁ ନୂଆ କଳାକରଙ୍କ ପାଇଁ ପ୍ରେରଣା ସାଜିବ। ତୁମେ ମୋତେ ପ୍ରତିଶ୍ରୁତି ଦେଇଥିଲ ଯେ ତୁମେ ମୋର ପ୍ରଥମ ଫିଲ୍ମରେ ନିର୍ଦ୍ଦେଶକ ଭାବରେ କାମ କରିବ।’’

ସନ୍ଦିପ ଆହୁରି ମଧ୍ୟ ଲେଖିଛନ୍ତି,‘‘ “ମୁଁ ତୁମର ବିଶ୍ୱାସ ଚାହୁଁଛି, ତୁମେ ମୋତେ ଦେଖାଇଥିବା ବିଶ୍ୱାସ ମୋର ଶକ୍ତି ଥିଲା।” ବର୍ତ୍ତମାନ ତୁମେ ଚାଲିଗଲ ମୁଁ କେଉଁଠି ହଜିଯାଇଛି। ଏହି ସ୍ୱପ୍ନକୁ କିପରି ମୁଁ ପୂରଣ କରିବି? ତୁମ ଭଳି ମୋ ହାତ କିଏ ଧରିବ।’’

ସନ୍ଦୀପ ସିଂ ସୁଶାନ୍ତଙ୍କ ପାଇଁ ଏହି ଫିଲ୍ମ ନିର୍ମାଣ କରିବେ। ଏହି ଫିଲ୍ମ ଜରିଆରେ ସେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ବୋଲି କହିଛନ୍ତି।

Comment