ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭିସେରା ରିପୋର୍ଟ ଆଜି ସିବିଆଇ ପାଖରେ ପହଞ୍ଚିଛି। ଏମ୍ସ୍‌ ଦେଇଥିବା ଏହି ରିପୋର୍ଟରେ ସୁଶାନ୍ତଙ୍କ ଶରୀରରେ କୌଣସି ବିଷକ୍ରିୟା ହୋଇନଥିବା କୁହାଯାଇଛି।

ମୁମ୍ବାଇ କୁପର ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ମଧ୍ୟ ଯାଞ୍ଚ କରାଯାଇଛି। ଯେଉଁ ଡାକ୍ତର ସୁଶାନ୍ତଙ୍କ ବ୍ୟବଚ୍ଛେଦ କରିଥିଲେ ସେମାନଙ୍କୁ ମଧ୍ୟ ଯାଞ୍ଚ୍‌ ଟିମ୍‌ ଭେଟିଛନ୍ତି।  କିନ୍ତୁ ଏବେ ମଧ୍ୟ କୁପର ହସ୍ପିଟାଲର ଡାକ୍ତରଙ୍କୁ କ୍ଲିନଚିଟ ମିଳିନାହିଁ। ତଦନ୍ତ ଏବେ ବି ଜାରି ରହିଛି। ସମ୍ପୂର୍ଣ୍ଣ ରିପୋର୍ଟ ଆସିଲା ପରେ ହିଁ ମାମଲା ଉପରୁ ପରଦା ହଟିବ।

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ କୁପର ହସ୍ପିଟାଲ ସନ୍ଦେହ ଘେରକୁ ଆସିଥିଲା। ରିପୋର୍ଟରେ  ଡାକ୍ତରମାନେ କିଛି ଏପଟ ସେପଟ କରିଥିବା ଅଭିଯୋଗ ହୋଇଥିଲା।

Comment