ଓଡ଼ିଶାଲାଇଭ୍ ବ୍ୟୁରୋ

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ରହସ୍ୟ ଉପରୁ ବହୁତ ଜଲଦି ପରଦା ଉଠିବାକୁ ଯାଉଛି। ଆଜି ସୁଶାନ୍ତଙ୍କ ଭିସେରା ରିପୋର୍ଟ ଆସିବା ପରେ ଖୁବ ଶୀଘ୍ର ଏମ୍‌ସର ଫରେନ୍ସିକ୍ ଟିମ୍ ତାଙ୍କ ମୃତ୍ୟୁର କାରଣ ପ୍ରକାଶ କରିବ। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ଭିସେରା ରିପୋର୍ଟ ତାହା ସ୍ପଷ୍ଟ କରିବ।

ଆଜି ସୁଶାନ୍ତଙ୍କ ଭିସେରା ରିପୋର୍ଟ ଆସିବ। ଏହି ରିପୋର୍ଟ ମିଳିବା ପରେ ଏମ୍‌ସର ଡାକ୍ତରୀ ପ୍ୟାନେଲ ସୁଶାନ୍ତଙ୍କ ମୃତ୍ୟୁର କାରଣକୁ ନେଇ ଫାଇନାଲ ମିଟିଂ କରିବ। ଏହି ବୈଠକରେ ସୁଶାନ୍ତଙ୍କ ଭିସେରା ଓ ପୋଷ୍ଟମର୍ଟମ ରିପୋର୍ଟ ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।ଏହା ପୂର୍ବରୁ କଲୀନା ଫରେନ୍ସିକ ନିଜ ରିପୋର୍ଟରେ ଭିସେରା ରିପୋର୍ଟକୁ ନେଗେଟିଭ୍ ଦର୍ଶାଇଥିଲା। ତେବେ ଦ୍ଵିତୀୟ ଥର ପାଇଁ ପ୍ରକାଶିତ ହେବାକୁ ଯାଉଥିବା ଏହି ରିପୋର୍ଟ ସୁଶାନ୍ତଙ୍କ ୨୦ ପ୍ରତିଶତ ଭିସେରାକୁ ଯାଞ୍ଚ କରି ପ୍ରସ୍ତୁତ କରାଯାଇଛି। କାରଣ ମୁମ୍ବାଇ ପୋଲିସ ତଦନ୍ତ ସମୟରେ ସୁଶାନ୍ତଙ୍କ ୮୦ ପ୍ରତିଶତ ଭିସେରା ବ୍ୟବହାର କରିସାରିଛି।

ଭିସେରା ରିପୋର୍ଟରୁ ସୁଶାନ୍ତଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ତାଙ୍କୁ ବିଷ ଦିଆଯାଇଥିଲା କି ନାହିଁ, ତାଙ୍କ ଶରୀରରେ କୌଣସି ପ୍ରକାର ବିଷାକ୍ତ ପଦାର୍ଥ ଥିଲା କି ନାହିଁ ସେ ବିଷୟରେ ଜଣାପଡ଼ିବ। ଭିସେରା ରିପୋର୍ଟ ସୁଶାନ୍ତଙ୍କ ମୃତ୍ୟୁ ସମୟ ମଧ୍ୟ ସ୍ପଷ୍ଟ କରିବ।ବର୍ତ୍ତମାନ ଏନ୍‌ସିବି, ଇଡି ଓ ସିବିଆଇ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଜାରି ରଖିଛନ୍ତି। କିନ୍ତୁ ସୁଶାନ୍ତଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ଏଭଳି ସ୍ଥିତିରେ ଭିସେରା ରିପୋର୍ଟ ଉପରେ ସମସ୍ତଙ୍କର ନଜର ରହିଛି।

Comment