ଓଡ଼ିଶାଲାଇଭ୍ ବ୍ୟୁରୋ

କୌଣସି ରୋଗୀ କୋଭିଡ ପଜିଟିଭ ହୋଇଥିଲେ ମଧ୍ୟ ଏବେ ତାଙ୍କର ଅପରେସନ କରାଯାଇପାରିବ। ଏମ୍ସ ପକ୍ଷରୁ କରାଯାଇଥିବା ନୂତନ ଗବେଷଣାରୁ ଏହା ଜଣାପଡ଼ିଛି। କୋଭିଡ ପଜିଟିଭ ଥିବା ରୋଗୀଙ୍କର ଅପରେସନ କରାଯାଇପାରିବ ବୋଲି ଏମ୍ସ ସ୍ପଷ୍ଟ କରିଛି। ଏନେଇ ଗୁରୁବାର ସୂଚନା ଦେଇଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ଵାଲ।

ପୂର୍ବରୁ କୋଭିଡ ଆକ୍ରାନ୍ତଙ୍କର ଅପରେସନ ପାଇଁ ଅନୁମତି ନଥିଲା। କୌଣସି ରୋଗୀ ଅପରେସନ ପୂର୍ବରୁ କୋଭିଡ ପଜିଟିଭ ଚିହ୍ନଟ ହେଉଥିଲେ ସେମାନଙ୍କର ଅପରେସନ କରାଯାଉନଥିଲା। ସମ୍ପୃକ୍ତ ରୋଗୀଙ୍କୁ ଅପରେସନ ପାଇଁ କୋଭିଡ ରିପୋର୍ଟ ନେଗେଟିଭ୍ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା। ଯାହା ଦ୍ଵାରା ଅନେକ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବା ସହ ପ୍ରାଣ ମଧ୍ୟ ହରାଇବାକୁ ପଡ଼ୁଥିଲା।

ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏମ୍ସ ପକ୍ଷରୁ ବିଭିନ୍ନ ରୋଗରେ ପୀଡ଼ିତ ଥିବା କୋଭିଡ ପଜିଟିଭ ବ୍ୟକ୍ତିଙ୍କୁ ନେଇ ପରୀକ୍ଷା କରାଯାଇଥିଲା। ଜଣେ କୋଭିଡ ପଜିଟିଭ ହୋଇଥିଲେ ମଧ୍ୟ ରୋଗୀଙ୍କର ଅପରେସନ କରାଯାଇପାରିବ ବୋଲି ଗବେଷଣାରୁ ଜଣାପଡ଼ିଛି।

Comment