ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବଢ଼ୁଛି କୋଭିଡ୍ ସଂକ୍ରମଣ। ମଙ୍ଗଳବାର ରାଜ୍ୟରେ ଆଉ ଦୁଇ ଜଣ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ବଢ଼ୁଥିବା କୋଭିଡ୍ ମାମଲାକୁ ନେଇ ଗଞ୍ଜାମ ଜିଲ୍ଲାରେ ପୁଣି କୋଭିଡ୍ କଟକଣା ଫେରିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦେଶାବଳୀ ମାନିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। ସେହିପରି ଜିଲ୍ଲାକୁ ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯିବ ବୋଲି କୁହାଯାଇଛି।   

ତେବେ ଓଡ଼ିଶାରେ କୋଭିଡ୍ ସଂକ୍ରମଣ କମ୍ ରହିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଏବେ ଚିହ୍ନଟ ହୋଇଥିବା କୋଭିଡ୍ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଥଣ୍ଡା ବଢ଼ିଥିବାରୁ ରାଜ୍ୟରେ କୋଭିଡର ଲକ୍ଷଣ ଦେଖାଯାଉଥିବା କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର।

ଅନ୍ୟପଟେ ଆଗକୁ ନୂଆବର୍ଷ ଆସୁଥିବାରୁ ଜିରୋ ନାଇଟ ସେଲିବ୍ରେସନ ଓ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନରେ ଭିଡ଼ ବଢ଼ିବା ଯୋଗୁଁ କୋଭିଡ୍ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଏଥିପାଇଁ ସତର୍କତା ଅବଲମ୍ବନ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Tags: #Covid19 #CoronaVirus #CovidInfection #Odisha #Health

LEAVE A REPLY

Please enter your comment!
Please enter your name here