ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ସକ୍ରିୟ ମାମଲା ୨୭ରେ ପହଞ୍ଚିଛି। ଏନେଇ ଜନସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କୋଭିଡକୁ ନେଇ ଆତଙ୍କିତ ନହେବା ଲାଗି ପରାମର୍ଶ ଦେଇଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ସେ କହିଛନ୍ତି ବର୍ତ୍ତମାନ କୋଭିଡ ଟେଷ୍ଟିଂ ବଢ଼ିଛି। ରାଜ୍ୟରେ ଚିହ୍ନଟ ହୋଇଥିବା କୋଭିଡ ଆକ୍ରାନ୍ତ ହୋମ ଆଇସୋଲେସନରେ ଅଛନ୍ତି।

ଏବେ ସୁଦ୍ଧା କେହି ଡାକ୍ତରଖାନାରେ ଭର୍ତ୍ତି ହୋଇନାହାନ୍ତି। ଓଡ଼ିଶାରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ରହିଛି। କୋଭିଡ ସ୍ଥିତି ଉପରେ ନଜର ରଖାଯାଇଛି, ଆଗକୁ ପରିସ୍ଥିତି ଦେଖି ପଦକ୍ଷେପ ନିଆଯିବ ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ବର୍ତ୍ତମାନ ଦେଶରେ କୋଭିଡ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୯୨ ପ୍ରତିଶତ କୋଭିଡ ଆକ୍ରାନ୍ତ ହୋମ ଆଇସୋଲେସନରେ ରହିଛନ୍ତି। ବହୁବିଧ ରୋଗରେ ପୀଡ଼ିତ କୋଭିଡ ଆକ୍ରାନ୍ତମାନେ ହିଁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହେଉଛନ୍ତି ବୋଲି ନିରଞ୍ଜନ ମିଶ୍ର କହିଛନ୍ତି।

Tags: #Covid19 #CoronaVirus #Treatment #Testing #HealthCase #CovidCases

LEAVE A REPLY

Please enter your comment!
Please enter your name here