ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଚିନ୍ତା ବଢ଼ାଉଛି କୋଭିଡ୍। ରାଜ୍ୟରେ ଦିନକୁ ଦିନ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି। ବୁଧବାର ରାଜ୍ୟରେ ଆଉ ୩ ଜଣ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଓଡ଼ିଶାରେ ଚିହ୍ନଟ ହୋଇଥିବା ସବୁ କୋଭିଡ୍ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି। ସମସ୍ତେ ହୋମ ଆଇସୋଲେସନରେ ରହିଛନ୍ତି। ରାଜ୍ୟରେ କୋଭିଡ୍ ଟେଷ୍ଟିଂ ମଧ୍ୟ ବଢ଼ାଯାଇଛି। ଏବେ ଥଣ୍ଡା ବଢ଼ିଥିବାରୁ ରାଜ୍ୟରେ କୋଭିଡର ଲକ୍ଷଣ ଦେଖାଯାଉଥିବା କହିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

କୋଭିଡର ଜେଏନ.୧ ଭାରିଏଣ୍ଟ ଯୋଗୁଁ ଏବେ ସାରା ଦେଶରେ ସଂକ୍ରମଣ ବଢ଼ୁଛି। ଏହାର ପ୍ରଭାବ ଏବେ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳୁଛି। ତେବେ କୋଭିଡ୍ ସଂକ୍ରମଣ କମ କରିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଗାଇଡଲାଇନ ମାନିବାକୁ ନିର୍ଦେଶ ଜାରି କରାଯାଇଛି।       

ଅନ୍ୟପଟେ ଓଡ଼ିଶାରେ କୋଭିଡ୍ ସଂକ୍ରମଣ କମ ରହିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଆଗକୁ ନୂଆବର୍ଷ ଅବସରରେ ଜିରୋ ନାଇଟ ସେଲିବ୍ରେସନ ଓ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନରେ ଭିଡ଼ ବଢ଼ିବା ଯୋଗୁଁ କୋଭିଡ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଏଥିପାଇଁ ସତର୍କତା ଅବଲମ୍ବନ କରିବା ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Tags: #Covid19 #CoronaVirus #CovidInfection #Odisha #Health

LEAVE A REPLY

Please enter your comment!
Please enter your name here