ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଦିନକୁ ଦିନ ବଢ଼ିବାରେ ଲାଗିଛି କୋଭିଡ୍ ସଂକ୍ରମଣ। ଗୁରୁବାର ରାଜ୍ୟରେ ଆଉ ୫ ଜଣ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ମୋଟ ୬୯୦ ଜଣ ଲୋକଙ୍କ ନମୂନା ପରୀକ୍ଷା କରାଯାଇଥିବେଳେ, ସେମାନଙ୍କ ମଧ୍ୟରୁ ୫ ଜଣ ସଂକ୍ରମିତ ଥିବା ଜଣାପଡ଼ିଛି। ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିବା ଏବେ ଚିନ୍ତାର ବିଷୟ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ କୋଭିଡ୍ ଟେଷ୍ଟିଂ ବଢ଼ାଇବାକୁ ନିର୍ଦେଶ ଦେଇଛନ୍ତି।

ଏବେ ଥଣ୍ଡା ବଢ଼ିଥିବାରୁ ରାଜ୍ୟରେ କୋଭିଡର ଆହୁରି ମାମଲା ସାମ୍ନାକୁ ଆସିବାର ସମ୍ଭାବନା ରହିଛି। ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ନିର୍ଦେଶାବଳୀ ମାନିବାକୁ ପରାମର୍ଶ ଦିଆଯାଇଛି।

କୋଭିଡର ଜେଏନ.୧ ଭାରିଏଣ୍ଟ ଯୋଗୁଁ ଏବେ ସାରା ଦେଶରେ ସଂକ୍ରମଣ ବଢ଼ୁଛି। ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳୁଛି। ଏଥିପାଇଁ ବୟସ୍କ ବ୍ୟକ୍ତିମାନଙ୍କର ବିଶେଷ ଧ୍ୟାନ ରଖିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ଏହାସହ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ କୁହାଯାଇଛି।

Tags: #Covid19 #CoronaVirus #CovidInfection #Odisha #Health

LEAVE A REPLY

Please enter your comment!
Please enter your name here