ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଜରାଟର ପୋରବନ୍ଦର ଉପକୂଳ ନିକଟରେ ଏକ ଜାହାଜରୁ ୩,୩୦୦ କିଲୋଗ୍ରାମ ଡ୍ରଗ୍ସ ଜବତ ହୋଇଛି। ମଙ୍ଗଳବାର ଏକ ମିଳିତ ଅଭିଯାନରେ ଭାରତୀୟ ନୌସେନା ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ଚଢ଼ଉ କରାଯାଇ ଏହି ଡ୍ରଗ୍ସ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ଜାହାଜରେ ୫ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି।

ଜାହାଜରୁ ଜବତ ହୋଇଥିବା ଡ୍ରଗ୍ସ ମଧ୍ୟରେ ୩,୦୮୯ କିଲୋଗ୍ରାମରୁ ଅଧିକ ଚରସ, ୧୫୮ କିଲୋଗ୍ରାମ ମିଥାମଫେଟାମାଇନ୍ ଏବଂ ୨୫ କିଲୋଗ୍ରାମ ମର୍ଫିନ ରହିଛି। ତେବେ ଏନସିବି ପକ୍ଷରୁ ଜବତ ହୋଇଥିବା ଡ୍ରଗ୍ସର ମୂଲ୍ୟ ନିର୍ଦ୍ଧାରଣ କରାଯାଇନାହିଁ।

ସମ୍ପୃକ୍ତ ଜାହାଜଟି ଇରାନରୁ ଭାରତ ଅଭିମୁଖେ ଆସୁଥିଲା। ତେବେ ଏଥିରେ ବିପୁଳ ପରିମାଣରେ ଡ୍ରଗ୍ସ ଥିବା ସୂଚନା ମିଳିଥିଲା। ଏହାପରେ ଭାରତୀୟ ନୌସେନାର ସ୍ପେସାଲ ଅପରେସନ ଗ୍ରୁପ (ଏସଓଜି) ଏବଂ ଏନସିବି ଅଧିକାରୀମାନେ ଜାହାଜ ଉପରେ ଚଢ଼ଉ କରିଥିଲେ।

ତେବେ ଏହି ମାମଲାରେ ଗିରଫ ହୋଇଥିବା ଲୋକଙ୍କୁ ଭାରତ ଅଣାଯାଇଛି। ସେମାନଙ୍କୁ ଏନସିବି ପକ୍ଷରୁ ଜେରା କରାଯିବ। ଭାରତ ଆସୁଥିବା ଏହି ଡ୍ରଗ୍ସ ପଛରେ ବିଦେଶୀ ଗ୍ୟାଙ୍ଗର ସମ୍ପୃକ୍ତି ଥିବାର ସନ୍ଦେହ କରାଯାଉଛି। ଏବେ ତଦନ୍ତ ପରେ ମାମଲାରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।

Tags: #DrugsSeizure #GujratCoast #IndianNavy #NCB #Porbandar #India

LEAVE A REPLY

Please enter your comment!
Please enter your name here