ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୧୫ଦିନ ପରେ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ହୋସ୍ ଆସିଛି। ରାଜୁଙ୍କ ବ୍ୟକ୍ତିଗତ ସଚିବ ଗର୍ବିତ ନାରଙ୍ଗଙ୍କ ସୂଚନାନୁସାରେ ଗୁରୁବାର ସକାଳ ୮ ଟା ୧୦ରେ ରାଜୁଙ୍କ ଚେତା ଫେରିଛି। ଏହାପରେ ଡ଼ାକ୍ତରୀ ଟିମ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି। ଅଗଷ୍ଟ ୧୦ରେ ଜିମରେ ବ୍ୟାୟାମ କରୁଥିବାବେଳେ ରାଜୁ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ­ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ଦିଲ୍ଲୀସ୍ଥିତ ଏମସରେ ଭର୍ତ୍ତି କରାଯାଇଥିଲା।

ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରେ ଲାଗିଥିଲା। ତାଙ୍କ ମସ୍ତିଷ୍କରେ ତିନୋଟି ଶିରାରେ ରକ୍ତ ଜମାଟ ଥିବାବେଳେ ସେ କୋମାରେ ଥିଲେ। ବର୍ତ୍ତମାନ ଦୁଇଟି ଶିରାରେ ରକ୍ତ ସଂଞ୍ଚାଳନ ସ୍ୱାଭାବିକ ଥିବାବେଳେ ଗୋଟିଏରେ ଏବେ ମଧ୍ୟ ଜମାଟ ରହିଛି। ନ୍ୟୁରୋ ଫିଜିଓଥେରାପି ମାଧ୍ୟମରେ ତାଙ୍କର ଚିକିସସା ଜାରି ରହିଛି।

ଅନ୍ୟ ପଟେ ରାଜୁଙ୍କୁ ହୋସକୁ ଆଣିବା ପାଇଁ ବିଗ୍‌ ବି ଅଭିତାଭ ବଚ୍ଚନଙ୍କ ସ୍ବରକୁ ରେକର୍ଡ କରି ଶୁଣାଯାଉଛି। ଏହି ରେକର୍ଡରେ ଅଭିତାଭ କହୁଛନ୍ତି, ‘ରାଜୁ! ଉଠ ଜାଓ।’ ସେହିପରି ରାଜୁଙ୍କ ପ୍ରଶଂସକ ଓ ଶୁଭେଚ୍ଛୁମାନେ ତାଙ୍କର ଆରୋଗ୍ୟ କାମନା କରିଛନ୍ତି। ପରିବାର ଓ ବନ୍ଧୁବର୍ଗ ରାଜୁଙ୍କ ସୁସ୍ଥତା ପାଇଁ ପୂଜାପାଠ କରୁଥିବା ମଧ୍ୟ ଦେଖିବାକୁ ମିଳିଛି।

Tags: #Rajusrivastav #AIIMS #healthcondition #comedyking #garbitnarang

Comment