ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ଏମ୍ସକୁ ଆସିଛି ଏକ୍‌ମୋ ମେସିନ୍‌। ଜୁଲାଇ ୧୫ତାରିଖ ସୁଦ୍ଧା ଏହି ମେସିନ୍‌ ହସ୍ପିଟାଲ୍‌ରେ କାର୍ଯ୍ୟକ୍ଷମ ହେବ। ବର୍ତ୍ତମାନ ଏମ୍ସରେ ମେସିନ ସ୍ଥାପନ କାର୍ଯ୍ୟ ଚାଲିଛି। ଖୁବ୍‌ଶୀଘ୍ର ଆଉ ଏକ ଏକ୍‌ମୋ ମେସିନ ଆସିବାର ବ୍ୟବସ୍ଥା ରହିଛି। ଏନେଇ ଏମ୍ସ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି।କୋଭିଡ୍‌ କାଳରେ ଏହି ଏକ୍‌ମୋ ଚିକିତ୍ସାର ଆବଶ୍ୟକତା ବଢ଼ିଥିବା ଦେଖାଯାଇଛି। ରାଜ୍ୟରେ ଏହି ମେସିନ ଉପଲବ୍ଧ ନଥିବାରୁ ଅନେକ ରୋଗୀ ଏୟାରଲିପ୍ଟ ଜରିଆରେ ବାହାର ରାଜ୍ୟକୁ  ଯାଉଥିବା ନଜିର ରହିଛି। ଅନ୍ୟପଟେ ଏହି ଚିକିତ୍ସା ପାଇଁ ଅଧିକ ଟଙ୍କାର ଆବଶ୍ୟକ ପଡ଼ିଥାଏ, ଏଥିସହ ଏୟାର ଆମ୍ବୁଲାନ୍ସ ଜରିଆରେ ବାହାର ରାଜ୍ୟକୁ ଯାଇ ଚିକିତ୍ସା ହେବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ।ବର୍ତ୍ତମାନ ଓଡ଼ିଶାରେ ଏହି ମେସିନ୍ ଉବଲବ୍ଧ। ତେଣୁ ଗୁରୁତର ରୋଗୀଙ୍କୁ ଏକମୋ ଚିକିତ୍ସା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବନାହିଁ ବୋଲି କହିଛନ୍ତି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି। ଏଥିସହ ମେସିନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ମଧ୍ୟ ସେ କହିଛନ୍ତି।

ଏକ୍‌ମୋ ମେସିନ – ଏହା କ’ଣ ଓ ଏହାର ବ୍ୟବହାର କାହିଁକି ହୁଏ?

Comment