ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ପ୍ରଥମ ହସ୍ପିଟାଲ ଭାବେ ଭୁବନେଶ୍ୱର ଏମ୍ସରେ ଖୋଲିଲା ଶିଶୁମାନଙ୍କ ପାଇଁ କ୍ରେଚ୍

  • ହସ୍ପିଟାଲରେ ଖୋଲିଲା କ୍ରେଚ୍
  • ଚାପମୁକ୍ତ ହେବେ ମହିଳା କର୍ମଚାରୀ
  • ୬ମାସରୁ ୧୦ବର୍ଷ ବୟସର ଶିଶୁଙ୍କ ପାଇଁ ରହିବା ବ୍ୟବସ୍ଥା

ଏମ୍ସରେ ଖୋଲିଲା ଶିଶୁମାନଙ୍କ ପାଇଁ କ୍ରେଚ୍। ରାଜ୍ୟର ପ୍ରଥମ ହସ୍ପିଟାଲ ଭାବେ ଭୁବନେଶ୍ୱର ଏମ୍ସରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ଶିଶୁମାନଙ୍କୁ ଘରେ ଛାଡ଼ିକି ଆସୁଥିବା ଏମ୍ସ ଡ଼ାକ୍ତର ଏବଂ କର୍ମଚାରୀଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିବନି। କାରଣ ହସ୍ପିଟାଲ ପରିସରରେ ହିଁ ସେମାନଙ୍କ ଶିଶୁ କ୍ରେଚରେ ରହିବେ, ଫଳରେ ଚାପମୁକ୍ତ ହୋଇ କାମ କରିପାରିବେ ମହିଳା କର୍ମଚାରୀ।

“ଏମ୍ସରେ ପ୍ରାୟ ୪୫ପ୍ରତିଶତରୁ ଅଧିକ ମହିଳା କର୍ମଚାରୀ ଅଛନ୍ତି। ଏଠାରେ କାର୍ଯ୍ୟରତ ଡ଼ାକ୍ତର ହୁଅନ୍ତୁ ଅବା ନର୍ସ, ସମସ୍ତେ ରୋଗୀସେବାରେ ଶତପ୍ରତିଶତ ସମୟ ଦେଇଥାନ୍ତି। କିନ୍ତୁ ଯେତେବେଳେ ସେମାନେ ଘରେ ଶିଶୁସନ୍ତାନକୁ ଛାଡ଼ିଆସନ୍ତି, ସ୍ୱାଭାବିକ ଭାବେ ମାନସିକସ୍ତରରେ ଭାରାକ୍ରାନ୍ତ ଥାଆନ୍ତି। ତେଣୁ ସେମାନଙ୍କୁ ଚାପମୁକ୍ତ କରିବା ପାଇଁ ଏମ୍ସରେ କ୍ରେଚ୍ ବ୍ୟବସ୍ଥା କରାଯାଇଛି”, କହିଛନ୍ତି ଭୁବନେଶ୍ୱର ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ।କ୍ରେଚରେ ୬ମାସରୁ ୧୦ବର୍ଷ ଯାଏଁ ୩୦ଜଣ ଶିଶୁଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ସକାଳ ୭ଟା ୩୦ରୁ ଦିନ ୧ଟା ଏବଂ ଅପରାହ୍ନ ୧ଟା୩୦ରୁ ସଂଧ୍ୟା ୭ଟା ୩୦ଯାଏଁ ଶିଶୁମାନେ କ୍ରେଚରେ ରହିପାରିବେ। ଶିଶୁମାନଙ୍କ ମନୋରଞ୍ଜନ ପାଇଁ ଏଠାରେ ସମସ୍ତ ପ୍ରକାର ବ୍ୟବସ୍ଥା ରଖାଯିବା ସହ ସ୍ୱତନ୍ତ୍ର କର୍ମଚାରୀ ନିୟୋଜିତ ହୋଇଛନ୍ତି।

Tags: #AIIMSBhubaneswar #Creche #ChildCareJoy #NurturingTheFuture

Comment