ଓଡ଼ିଶାଲାଇଭ୍ ବ୍ୟୁରୋ  

AIIMS-Bhubaneswar OPD

ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ଭୁବନେଶ୍ଵରେ ଅନେକ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ପଦବୀରେ ନିଯୁକ୍ତି ସୁଯୋଗ ବାହାରିଛି। ଏଠାରେ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ୭୭୫ଟି ପଦବୀ ପୂରଣ ହେବ।

ଏହି ନିଯୁକ୍ତି ପାଇଁ ଏମ୍ସ ପକ୍ଷରୁ ନିଯୁକ୍ତି ପରୀକ୍ଷା କରାଯିବ। ଏଥିପାଇଁ ଏବେ ଅନଲାଇନ ଆବେଦନ ଜାରି ରହିଛି। ଜୁଲାଇ ୩୦ ଆବେଦନର ଶେଷ ତାରିଖ।

ଯଦି ଆପଣମାନେ ଏମ୍ସ ଭୁବନେଶ୍ଵରର ଏହି ପଦବୀଗୁଡ଼ିକ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ଗ୍ରୁପ୍ ‘ବି’ ଏବଂ ଗ୍ରୁପ୍ ‘ସି’ ପଦବୀ (ବିଭିନ୍ନ ବିଭାଗ) – ୭୭୫

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ୧୮ ବର୍ଷରୁ ୪୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ଆଶାୟୀ ପ୍ରାର୍ଥୀମାନେ ଅତିକମରେ ଦଶମ ପାସ କରିଥିବା ଆବଶ୍ୟକ
  • ପ୍ରାର୍ଥୀମାନେ ଆବେଦନ କରୁଥିବା ପଦବୀ ପାଇଁ ଆବଶ୍ୟକୀୟ ଶିକ୍ଷାଗତ ଓ ବୈଷୟିକ ଯୋଗ୍ୟତା ହାସଲ କରିଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

  • ଏମ୍ସ ଭୁବନେଶ୍ଵର ପକ୍ଷରୁ ଏହି ପଦବୀଗୁଡ଼ିକ ପାଇଁ କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) କରାଯିବ
  • ପରୀକ୍ଷା ପରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନଙ୍କ ମେରିଟ ଲିଷ୍ଟ ବାହାର କରାଯିବ
  • ଏହି ମେରିଟ ଲିଷ୍ଟ ଅଧାରରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ମିଳିବ

ଆବେଦନ ଶୁଳ୍କ

  • ଅଣସରଂକ୍ଷିତ ଓ ଓବିସି ବର୍ଗ ପ୍ରାର୍ଥୀ – ୩୦୦୦ ଟଙ୍କା
  • ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପ୍ରାର୍ଥୀ – ୨୪୦୦ ଟଙ୍କା
  • ଭିନ୍ନକ୍ଷମ ପ୍ରାର୍ଥୀ – ମାଗଣା

 

କେମିତି କରିବେ ଆବେଦନ

  • ଏମ୍ସ ଭୁବନେଶ୍ୱରର ୱେବସାଇଟ୍ aiimsbhubaneswar.nic.inକୁ ଯାଆନ୍ତୁ
  • ୱେବସାଇଟ୍ ଭିତରେ ପଦବୀଗୁଡ଼ିକ ପାଇଁ ଥିବା ଆବେଦନ ଲିଙ୍କକୁ କ୍ଲିକ୍ କରନ୍ତୁ
  • ଏହାପରେ ସେଠାରେ ନିଜର ରେଜିଷ୍ଟ୍ରେସନ କରନ୍ତୁ
  • ରେଜିଷ୍ଟ୍ରେସନ ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
  • ସେଠାରେ ଲଗ ଇନ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ପଦବୀଗୁଡ଼ିକ ପାଇଁ କେବେ ପରୀକ୍ଷା କରାଯିବ ସେନେଇ ଏମ୍ସ ଭୁବନେଶ୍ଵର ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପଦବୀ ଓ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ଏମ୍ସ ଭୁବନେଶ୍ଵରର ୱେବସାଇଟରେ ଉପଲବ୍ଧ।

Tags: #AIIMSBhubaneswar #JobOpportunity #Employment #HealthCare #Odisha

Comment