ଓଡ଼ିଶାଲାଇଭ୍ ବ୍ୟୁରୋ

AIIMS-Bhubaneswar OPD

ଏମ୍ସ ଭୁବନେଶ୍ଵରର ସମ୍ପ୍ରସାରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ୧୦୦ ଏକର ଜମି ପ୍ରଦାନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏମ୍ସକୁ ଜମି ପଟ୍ଟା ହସ୍ତାନ୍ତର କରାଯିବା ପରେ ନିର୍ମାଣ କାମ ଆରମ୍ଭ ହେବ। ଏନେଇ ଏମ୍ସ ଭୁବନେଶ୍ଵରର ଅଧୀକ୍ଷକ ପ୍ରଫେସର ଡାକ୍ତର ଦିଲ୍ଲୀପ ପରିଡ଼ା ସୂଚନା ଦେଇଛନ୍ତି।

ଏମ୍ସର ସମ୍ପ୍ରସାରିତ ବିଲ୍ଡିଂରେ ବିଭିନ୍ନ ସଂକ୍ରାମକ ରୋଗ ଚିକିତ୍ସା କେନ୍ଦ୍ର, ଅଙ୍ଗ ପ୍ରତିରୋପଣ କେନ୍ଦ୍ର, ଆଇଭିଏଫ ଓ ଅନ୍ୟ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା କେନ୍ଦ୍ର ପ୍ରତିଷ୍ଠା ହେବ। ଏହାକୁ ଅଧିକାଂଶ ସୁପର ସ୍ପେସାଲିଷ୍ଟ ବିଭାଗ ପାଇଁ ଉତ୍ସର୍ଗୀକୃତ କରିବାକୁ ଯୋଜନା କରାଯାଇଛି।

“ଏମ୍ସ ଭୁବନେଶ୍ଵରକୁ ପ୍ରତିଦିନ ୪ରୁ ୫ହଜାର ରୋଗୀ ଆସୁଛନ୍ତି। କିନ୍ତୁ ଡାକ୍ତରଖାନାରେ ରହିଛି ମାତ୍ର ୧ ହଜାର ଶଯ୍ୟା। ଉନ୍ନତମାନର ଚିକିତ୍ସା ସତ୍ତ୍ଵେ ଆଡମିସନ, ଅସ୍ତ୍ରୋପଚାର, ପରୀକ୍ଷଣଠାରୁ ଆରମ୍ଭ କରି ସବୁ ପ୍ରକାର ସେବା ପାଇବା ପାଇଁ ରୋଗୀଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି। ତେବେ ଡାକ୍ତରଖାନାର ସମ୍ପ୍ରସାରଣ ହେଲେ ରୋଗୀମାନଙ୍କୁ ସୁବିଧାରେ ସ୍ୱାସ୍ଥ୍ୟସେବା ଯୋଗାଯାଇ ପାରିବ”, କହିଛନ୍ତି ପ୍ରଫେସର ଡାକ୍ତର ଦିଲ୍ଲୀପ ପରିଡ଼ା।

ଏବେ ଭୁବନେଶ୍ଵର ଏମ୍ସର ପରିସର ୧୧୮ ଏକର ଅଞ୍ଚଳରେ ରହିଛି। ତେବେ ଆଉ ୧୦୦ ଏକର ଜମି ମିଳିଲେ ଏଠାରେ ସ୍ୱାସ୍ଥ୍ୟସେବାରେ ଆହୁରି ଉନ୍ନତି ଆସିପାରିବ ବୋଲି ଏମ୍ସ କର୍ତ୍ତୃପକ୍ଷ ଆଶା ରଖିଛନ୍ତି।

Tags: #AiimsBhubaneswar #HealthCare #Bhubaneswar #Odisha

LEAVE A REPLY

Please enter your comment!
Please enter your name here