ଓଡ଼ିଶାଲାଇଭ୍ ବ୍ୟୁରୋ

କମେଡି କିଙ୍ଗ୍‌ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ବର୍ତ୍ତମାନ ତାଙ୍କର ମସ୍ତିଷ୍କ କାମ କରୁନଥିବା ସୂଚନା ମିଳିଛି। ପ୍ରାୟ ୧୦ ଦିନ ଦିନ ଧରି ହସ୍ପିଟାଲରେ କମେଡିଆନ୍‌ ରାଜୁ ଚିକିତ୍ସିତ ହେଉଛନ୍ତି। ବୁଧବାର ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଅଭିନେତା ଶେଖର ସୁମନ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ମାତ୍ର ରାଜୁଙ୍କ ସ୍ବାସ୍ଥ୍ୟାବସ୍ତା କ୍ରମଶଃ ବିଗିଡ଼ିବାରେ ଲାଗିଛି।

ଗତ ୧୦ ତାରିଖରେ ଜିମରେ ଓ୍ବାର୍କଆଉଟ୍ କରୁଥିବା ସମୟରେ ହୃଦ୍‌ଘାତର ଶିକାର ହୋଇଥିଲେ। ତାଙ୍କୁ ତୁରନ୍ତ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ରାଜୁ ଶ୍ରୀବାସ୍ତବ‌ ଏବେ ଏମ୍ସରେ ଭେଣ୍ଟିଲେଟର୍‌ ସପୋର୍ଟରେ ଅଛନ୍ତି। ତାଙ୍କ ଅବସ୍ଥା ଗୁରୁତର ହେବା ପରେ ପ୍ରଥମେ ତାଙ୍କୁ ଏମର୍ଜେନ୍ସି ମେଡିସିନ୍‌ ବିଭାଗରେ ଚିକିତ୍ସା କରାଯାଉଥିଲା। ପରେ ତାଙ୍କୁ ସିସିୟୁକୁ ସ୍ଥାନାନ୍ତର କରାଯାଇଛି।

ପ୍ରଶଂସକମାନେ ପ୍ରିୟ ହାସ୍ୟାଭିନେତା ରାଜୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Tags: #comedyking #raju sribastav  #critical #healthcondition #bollywood

Comment