ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନ୍ତର୍ଗତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ପକ୍ଷରୁ ୩,୦୫୫ଟି ନର୍ସିଂ ଅଫିସର ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିରେ ପ୍ରାର୍ଥୀମାନକୁ ଭାରତର ବିଭିନ୍ନ ସ୍ଥାନରେ ଥିବା ଏମ୍ସରେ ନର୍ସିଂ ଅଫିସର ଭାବେ ନିଯୁକ୍ତି ମିଳିବ।

ଏହି ନିଯୁକ୍ତି ପାଇଁ ଏମ୍ସ ପକ୍ଷରୁ ନର୍ସିଂ ଅଫିସର ରିକ୍ରୁଟମେଣ୍ଟ କମନ ଏଲିଜିବିଲିଟି ଟେଷ୍ଟ (ନୋରସେଟ) ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହି ପରୀକ୍ଷା ପାଇଁ ଏବେ ଅନଲାଇନ ଆବେଦନ ଜାରି ରହିଛି। ଆବେଦନର ଶେଷ ତାରିଖ ମେ’ ୫ ତାରିଖ। ଯଦି ଆପଣମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ନର୍ସିଂ ଅଫିସର – ୩୦୫୫ (ଭାରତର ବିଭିନ୍ନ ଏମ୍ସରେ)

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ୧୮ ବର୍ଷରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ପ୍ରାର୍ଥୀମାନେ ନର୍ସିଂ ପାଠ୍ୟକ୍ରମରେ ଗ୍ରାଜୁଏସନ କିମ୍ବା ଡିପ୍ଲୋମା ପାସ କରିଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

  • ଏମ୍ସ ପକ୍ଷରୁ ନର୍ସିଂ ଅଫିସର ପଦବୀଗୁଡ଼ିକ ପାଇଁ କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) କରାଯିବ
  • ପରୀକ୍ଷା ପରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନଙ୍କ ମେରିଟ ଲିଷ୍ଟ ବାହାର କରାଯିବ
  • ଏହି ମେରିଟ ଲିଷ୍ଟ ଅଧାରରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ମିଳିବ

ଆବେଦନ ଶୁଳ୍କ

  • ଅଣସରଂକ୍ଷିତ ଓ ଓବିସି ବର୍ଗ ପ୍ରାର୍ଥୀ – ୩୦୦୦ ଟଙ୍କା
  • ଅନୁସୂଚିତ ଜାତି, ଜନଜାତି ବର୍ଗ ପ୍ରାର୍ଥୀ – ୨୪୦୦ ଟଙ୍କା
  • ଭିନ୍ନକ୍ଷମ ପ୍ରାର୍ଥୀ – ମାଗଣା

କେମିତି କରିବେ ଆବେଦନ

  • ଏମ୍ସର ପରୀକ୍ଷା ୱେବସାଇଟ୍ aiimsexams.ac.in କୁ ଯାଆନ୍ତୁ
  • ୱେବସାଇଟ୍ ଭିତରେ ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
  • ଏହାପରେ ସେଠାରେ ରେଜିଷ୍ଟ୍ରେସନ କରନ୍ତୁ
  • ରେଜିଷ୍ଟ୍ରେସନ ପରେ ଲଗ ଇନ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ନର୍ସିଂ ଅଫିସର ପଦବୀ ପାଇଁ କେବେ ପରୀକ୍ଷା କରାଯିବ ସେନେଇ ୟୁପିଏସସି ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପଦବୀ ଓ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ଏମ୍ସର ୱେବସାଇଟରେ ଉପଲବ୍ଧ।

Tags: #AIIMS #NORCET #NursingOfficer #MinistryofHealthandFamilyWelfare #India

Comment