ଓଡ଼ିଶାଲାଇଭ୍‌ ଏଣ୍ଟରଟେମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଓ ଡ୍ରଗ୍ସ ଲିଙ୍କ୍‌ ୨୦୨୦ରେ ସବୁଠୁ ଅଧିକ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିଲା। ସୁଶାନ୍ତଙ୍କ ମୃତ୍ୟୁ ପରେ ଧୀରେ ଧୀରେ ବି ଟାଉନ ବିୟୁଟିଙ୍କ ସିକ୍ରେଟ ଡ୍ରଗ୍ସ କାରବାରର ଗୁମର ଖୋଲିଥିଲା। ଅଭିନେତ୍ରୀ ରିୟା ଚିକ୍ରବର୍ତ୍ତୀଙ୍କଠାରୁ ଆରମ୍ଭ କରି ଶ୍ରଦ୍ଧା କପୁର, ଦୀପିକା ପାଦୁକୋନ, ରାକୁଲ ପ୍ରୀତ ସିଂହ, , ସାରା ଅଲ୍ଲୀ ଖାନ, ଭାରତୀ ସିଂଙ୍କ ଯାଏଁ ଏହି ଡ୍ରଗ୍ସ ଲିଙ୍କରେ ଛନ୍ଦି ହୋଇପଡ଼ିଲେ।

ରିୟାଙ୍କଠାରୁ ଲମ୍ବି ଥିଲା ତାଲିକା

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସର୍ବପ୍ରଥମେ ସନ୍ଦେହ ଘେରକୁ ଆସିଥିଲେ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ରିୟା ତାଙ୍କୁ ଡ୍ରଗ୍ସ ଦେଇ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ ସୁଶାନ୍ତଙ୍କ ପରିବାର। ଏହାପରେ ରିୟାଙ୍କୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ତଦନ୍ତ କରି ରିୟାଙ୍କ ଡ୍ରଗ୍ସ ବ୍ୟବସାୟୀଙ୍କ ସହିତ ଲିଙ୍କ୍‌ ଅଛି ବୋଲି ତଥ୍ୟ ବାହାର କରିଥିଲା। ରିୟାଙ୍କୁ ବହୁ ସମୟ ପଚରାଉଚରା କରିବା ପରେ ଡ୍ରଗ୍ସ ଲିଙ୍କ୍‌ରେ ଅନ୍ୟ ଅଭିନେତ୍ରୀଙ୍କର ବି ସମ୍ପୃକ୍ତି ଥିବା ରିୟା ଏନସିବିକୁ କହିଥିଲେ। ଏହାପରେ ଏନସିବି ନିଜର ତଦନ୍ତ ଜୋରଦାର କରି ଗୋଟିଏ ପରେ ଗୋଟିଏ ଅଭିନେତ୍ରୀଙ୍କ ପାଖରେ ପହଞ୍ଚିଥିଲା। ରିୟାଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା। ଏବେ ସେ ଜାମିନ ପାଇଁ ଜେଲ ବାହାରେ ଅଛନ୍ତି।

ଏନସିବି ଜେରାର ସମ୍ମୁଖୀନ ହୋଇଥିଲେ ଦୀପିକା, ସାରା, ଶ୍ରଦ୍ଧା, ରାକୁଲ

ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହେବା ପରେ ଏନସିବି ସ୍କାନରକୁ ଆସିଥିଲେ ବଲିଉଡ୍ ସହ ଜଡ଼ିତ ଥିବା ସଂଖ୍ୟାଧିକ ବ୍ୟକ୍ତିବିଶେଷ, ସେଲିବ୍ରିଟି। ଇଣ୍ଡଷ୍ଟ୍ରିର ଆଗଧାଡ଼ିର ଅଭିନେତ୍ରୀ ସାରାଅଲ୍ଲୀ ଖାନ, ରାକୁଲ ପ୍ରୀତ ସିଂ, ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସିମୋନ ଖମ୍ବାଟା, ଜୟା ଶାହା, କରିସ୍ମା ପ୍ରକାଶଙ୍କ ଏନସିବି ଜେରାର ସମ୍ମୁଖୀନ ହୋଇଥିଲେ। ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡ଼ିଥିଲା।bharti singh

ରିୟାଙ୍କ ପରେ ଭାରତୀ ହେଲେ ଗିରଫ

ଡ୍ରଗ୍ସ ଲିଙ୍କ୍‌ରେ ବେଶୀ କିଛି ପ୍ରମାଣ ନମିଳିବାରୁ ଦୀପିକା, ସାରା, ଶ୍ରଦ୍ଧା, ରାକୁଲଙ୍କ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। କିନ୍ତୁ ଏହି ଡ୍ରଗ୍ସ ମାମଲାରେ ରିୟାଙ୍କ ପରେ କମେଡି କୁଇନ ଭାରତୀ ସିଂହ ଗିରଫ ହୋଇଥିଲେ।

ଗତ ନଭେମ୍ବରରେ ଭାରତୀଙ୍କ ଘରେ ଏନସିବି ଚଢ଼ାଉ କରିଥିଲା। ଘରୁ କେତେକ ନିଶାଦ୍ରବ୍ୟ ମିଳିଥିଲା। ନିଶାଦ୍ରବ୍ୟ ମିଳିବା ପରେ ଏନସିବି ଭାରତୀଙ୍କୁ ଗିରଫ କରିଥିଲା। ଏହି ମାମଲାରେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏବେ ଉଭୟ ଜାମିନ ପାଇ ବାହାରେ ଅଛନ୍ତି।

ତେବେ ଡ୍ରଗ୍ସ ଲିଙ୍କ ବଲିଉଡ଼ ପାଇଁ ଆଦୌ ନୂଆ ନୁହେଁ। କିନ୍ତୁ ହଠାତ୍ ଏତେ ସଂଖ୍ୟାରେ ସେଲିବ୍ରିଟି ଏହି ଲିଙ୍କ ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସ୍କାନରକୁ ଆସିବା ସମସ୍ତଙ୍କୁ ହତଚକିତ କରିଥିଲା। ଏହା ହିଁ ଦେଶର ଏକମାତ୍ର ପ୍ରସଙ୍ଗ ପାଲଟି ଯାଇଥିଲା। କରୋନା, ବେରୋଜଗାରୀ ଭଳି ଦେଶର ଅନ୍ୟ ସବୁ ବଡ଼ ପ୍ରସଙ୍ଗ ଏହାର ଆଢୁଆଳରେ ରହିଗଲା।

Comment