ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ଶ୍ରୀରାମଙ୍କ ଜନ୍ମ ତିଥିରୁ ଅରମ୍ଭ ଓଡ଼ଗାଁ ଶ୍ରୀରଘୁନାଥ ଦେବଙ୍କ ନବଦିନାତ୍ମକ ଯାତ୍ରା ମହୋତ୍ସବ ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ପାଳନ କରାଯାଉଛି। ଠାକୁରଙ୍କ ଜନ୍ମ ନାରାୟଣ ବେଶରୁ ଗଙ୍ଗା ପାର, ଶିବ ଧନୁ ଭଗ୍ନ, ସୀତା ବିବାହ ପରେ ଏବେ ବନବାସ ଯାତ୍ରା ବେଶରେ ଶ୍ରୀରଘୁନାଥ ଦେବଙ୍କ ଲୀଳା ପ୍ରସଙ୍ଗ ଅନୁଷ୍ଠିତ ହେଉଛି।

ପ୍ରଭୁଙ୍କର ମାନବୀୟ ଲୀଳା ଆଧାରରେ ପ୍ରତ୍ୟେହ ସନ୍ଧ୍ୟାରେ ଭିନ୍ନ ଭିନ୍ନ ବେଶ ଅନୁଷ୍ଠିତ ହେଉଛି। ଜନ୍ମଯାତ୍ରା ମହୋତ୍ସବ କ୍ରମରେ ବନବାସ ଓ ଚିତ୍ରକୁଟ୍ଟ ଆହୋରଣ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜୀଉଙ୍କ ନବମୀ ଯାତ୍ରା ମହୋତ୍ସବରେ ଅନୁଷ୍ଠିତ ସ୍ୱତନ୍ତ୍ର ବେଶ ଦର୍ଶନ କରିବାକୁ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି।

ଶ୍ରୀରଘୁନାଥ ଦେବଙ୍କ ଯାତ୍ରା ମହୋତ୍ସବକୁ ଲାଗି ଚଳଚଞ୍ଚଳ ହୋଇଉଠିଛି। ଜନ୍ମ ମହୋତ୍ସବ ଯାତ୍ରାରେ ପାରମ୍ପରିକ ଶ୍ରୀରାମ ଚରିତ ନାଟକ ପରିବେଷଣ ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକୃଷ୍ଠ କରୁଛି।

ଆଜି, ଶୁକ୍ରବାର ଦିନ ଅଷ୍ଟାବଧାନ ନୀତି ପରେ ଯୁଦ୍ଧ ଯାତ୍ରା ସହିତ ଲଙ୍କା ବିଜୟ ବେଶରେ ଶ୍ରୀରଘୁନାଥ ଦେବ ଦର୍ଶନ ଦେଉଛନ୍ତି। ଏପ୍ରିଲ ୨୮ ତାରିଖରେ ରାଜାଭିଷେକ ନୀତି ଓ ବେଶ ପରେ ଏପ୍ରିଲ ୨୯ ତାରିଖରେ ରଙ୍ଗ ପାଣି ଖେଳ ମଧ୍ୟରେ ଚଳିତ ବର୍ଷର ଶ୍ରୀରାମ ନବମୀ ଯାତ୍ରା ମହୋତ୍ସବ ସମ୍ପନ୍ନ ହେବ।   

Tags: #SriRaghunathJewTemple #SriRamJanmaMahotsav #SriramNavami #Odagaon #Nayagarh

LEAVE A REPLY

Please enter your comment!
Please enter your name here