ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ବିଶ୍ଵ ମ୍ୟାଲେରିଆ ଦିବସ। ମ୍ୟାଲେରିଆ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏପ୍ରିଲ ୨୫ ତାରିଖକୁ ବିଶ୍ଵ ମ୍ୟାଲେରିଆ ଦିବସ ଭାବେ ପାଳନ କରାଯାଉଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଲୋକଙ୍କୁ ସଚେତନ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଥାଏ।

ସମଗ୍ର ବିଶ୍ଵକୁ ମ୍ୟାଲେରିଆ ମୁକ୍ତ କରିବା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ପ୍ରତିବର୍ଷ ବିଶ୍ଵ ମ୍ୟାଲେରିଆ ଦିବସ ପାଳନ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଥିମ ରହିଥାଏ। ଏହି ଥିମକୁ ଦୃଷ୍ଟିରେ ରଖି ସେହି ବର୍ଷ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ।

ଚଳିତ ବର୍ଷ ବିଶ୍ଵ ମ୍ୟାଲେରିଆ ଦିବସର ଥିମ ହେଉଛି, “ଆକ୍ସିଲାରେଟିଂ ଦି ଫାଇଟ ଏଗନେଷ୍ଟ ମ୍ୟାଲେରିଆ ଫର ଏ ମୋର ଇକ୍ୟୁଟେବୁଲ ୱାର୍ଲ୍ଡ”।

ସାଧାରଣତଃ ମଶା କାମୁଡ଼ିବା ଯୋଗୁଁ ମ୍ୟାଲେରିଆ ହୋଇଥାଏ। ଏହା ବେଳେବେଳେ ଆମ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ମ୍ୟାଲେରିଆ ରୋଗୀ ହେଲେ ପ୍ରବଳ ଜ୍ୱର ହେବା ସହ ଶରୀରର ତାପମାତ୍ରା ବଢ଼ିଯାଏ।

ପ୍ଲାଜମୋଡିୟମ ପାରାସାଇଟସ ଦ୍ୱାରା ସଂକ୍ରମିତ ମଶା ମଣିଷକୁ କାମୁଡ଼ିବା ଦ୍ୱାରା ମ୍ୟାଲେରିଆ ହୋଇଥାଏ। ଭାରତରେ ପାଣିପାଗ ଦୃଷ୍ଟିରୁ  ମ୍ୟାଲେରିଆ ଦ୍ରୁତ ଗତିରେ ବ୍ୟାପେ।

ମ୍ୟାଲେରିଆ ଜ୍ୱର କାହିଁକି ହୁଏ? ମ୍ୟାଲେରିଆର ଲକ୍ଷଣ ସବୁ କ’ଣ କ’ଣ? ମଶା ଦାଉରୁ କେମିତି ପାଇବେ ରକ୍ଷା? ଏନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଭକ୍ତ ମୋହନ ସ୍ୱାଇଁ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

ଟିକେ ସଚେତନ ଏବଂ ଗୋଟିଏ ସୁସ୍ଥ ଏବଂ ସୁନ୍ଦର ଜୀବନ ବଞ୍ଚିବା ଲାଗି ସହାୟକ ହୋଇଥାଏ। ତେଣୁ ସଚେତନ ହେବା ଏବଂ ସୁସ୍ଥ ରହିବା।

Tags: #WorldMalariaDay2024 #Malaria #EndMalaria #Mosquito #Helath #WHO

Comment