ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ବିଶ୍ଵ ମ୍ୟାଲେରିଆ ଦିବସ। ମ୍ୟାଲେରିଆ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏପ୍ରିଲ ୨୫ ତାରିଖକୁ ବିଶ୍ଵ ମ୍ୟାଲେରିଆ ଦିବସ ଭାବେ ପାଳନ କରାଯାଉଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଲୋକଙ୍କୁ ସଚେତନ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଥାଏ।

ସମଗ୍ର ବିଶ୍ଵକୁ ମ୍ୟାଲେରିଆ ମୁକ୍ତ କରିବା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ପ୍ରତିବର୍ଷ ବିଶ୍ଵ ମ୍ୟାଲେରିଆ ଦିବସ  ପାଳନ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଥିମ ରହିଥାଏ। ଏହି ଥିମକୁ ଦୃଷ୍ଟିରେ ରଖି ସେହି ବର୍ଷ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ।

ଚଳିତ ବର୍ଷ ବିଶ୍ଵ ମ୍ୟାଲେରିଆ ଦିବସର ଥିମ ହେଉଛି, ଟାଇମ ଟୁ ଡେଲିଭର ଜିରୋ ମ୍ୟାଲେରିଆ: ଇନଭେଷ୍ଟ, ଇନୋଭେଟ, ଇମ୍ଲିମେଣ୍ଟ।

ଟିକେ ସଚେତନ ଏବଂ ଗୋଟିଏ ସୁସ୍ଥ ଏବଂ ସୁନ୍ଦର ଜୀବନ ବଞ୍ଚିବା ଲାଗି ସହାୟକ ହୋଇଥାଏ। ତେଣୁ ସଚେତନ ହେବା ଏବଂ ସୁସ୍ଥ ରହିବା।

Tags: #WorldMalariaDay2023 #Malaria #TimeToDeliverZeroMalaria #MosquitoBites #WHO

LEAVE A REPLY

Please enter your comment!
Please enter your name here