ଓଡ଼ିଶାଲାଇଭ୍ ସ୍ଵାସ୍ଥା ବ୍ୟୁରୋ

ଆଜି ହେଉଛି ବିଶ୍ଵ ମ୍ୟାଲେରିଆ ଦିବସ। ମ୍ୟାଲେରିଆ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏପ୍ରିଲ ୨୫ ତାରିଖକୁ ବିଶ୍ଵ ମ୍ୟାଲେରିଆ ଦିବସ ଭାବେ ପାଳନ କରାଯାଉଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଲୋକଙ୍କୁ ସଚେତନ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଥାଏ।

ସମଗ୍ର ବିଶ୍ଵକୁ ମ୍ୟାଲେରିଆ ମୁକ୍ତ କରିବା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ପ୍ରତିବର୍ଷ ବିଶ୍ଵ ମ୍ୟାଲେରିଆ ଦିବସ ପାଳନ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଥିମ ରହିଥାଏ। ଏହି ଥିମକୁ ଦୃଷ୍ଟିରେ ରଖି ସେହି ବର୍ଷ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ।

ଚଳିତ ବର୍ଷ ବିଶ୍ଵ ମ୍ୟାଲେରିଆ ଦିବସର ଥିମ ରହିଛି ‘ଆକ୍ସିଲାରେଟିଂ ଦି ଫାଇଟ ଏଗନେଷ୍ଟ ମ୍ୟାଲେରିଆ ଫର ଏ ମୋର ଇକ୍ୟୁଟେବୁଲ ୱାର୍ଲ୍ଡ।’

ସାଧାରଣତଃ ମ୍ୟାଲେରିଆ ଜ୍ୱରଠାରୁ ମସ୍ତିଷ୍କ ଜ୍ୱର ବା ବ୍ରେନ୍‌ ମ୍ୟାଲେରିଆ ସମ୍ପୂର୍ଣ୍ଣ ଭିନ୍ନ। ବ୍ରେନ ମ୍ୟାଲେରିଆରେ ଆକ୍ରାନ୍ତ ରୋଗୀକୁ ଜ୍ୱର, ମୁଣ୍ଡ ବିନ୍ଧା, ଝାଡ଼ା ତଥା ବାନ୍ତି ଭଳି ସମସ୍ୟା ହୋଇଥାଏ। ବେଳେ ବେଳେ ବ୍ରେନ୍‌ ମ୍ୟାଲେରିଆ ଯୋଗୁଁ ଜୀବନ ଯିବାର ଆଶଙ୍କା ଥାଏ ବୋଲି କୁହନ୍ତି ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ମେଘନାଦ ମେହେର।

ତେବେ ବ୍ରେନ୍‌ ମ୍ୟାଲେରିଆ ବା ମସ୍ତିଷ୍କ ଜ୍ୱର କାହିଁକି ହୁଏ? ବ୍ରେନ ମ୍ୟାଲେରିଆର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ମେଘନାଦ ମେହେର, ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldMalariaDay2024 #EndMalaria #BrainMalaria #Treatment #Causes #Symptoms #DoctorsAdvice #OdiaHealthTips

Comment