ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆୟୁଷ୍ମାନ ଖୁରାନା ଖୁବ୍ ଶୀଘ୍ର ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ଫିଲ୍ମ ‘ଚଣ୍ଡିଗଡ଼ କରେ ଆଶିକୀ’ରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ସହ ଲିଡ୍‌ ରୋଲରେ ଆସିବେ ଅଭିନେତ୍ରୀ ବାଣୀ କପୁର। ବାଣୀ ଏବଂ ଆୟୁଷ୍ମାନ ପ୍ରଥମ ଥର ପାଇଁ ଏକାଠି ଏହି ଫିଲ୍ମ କରୁଛନ୍ତି। ତେବେ ଏହି ଫିଲ୍ମରେ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଆୟୁଷ୍ମାନ ନଥିଲେ। ଅଭିନେତା ସୁଶାନ୍ତଙ୍କୁ ଏହି ଫିଲ୍ମ ପାଇଁ ବାଛିଥିଲେ ନିର୍ଦ୍ଦେଶକ ଅଭିଷେକ।

ଫିଲ୍ମ ‘କେଦାରନାଥ’ ସୁଟିଂ ସମୟରେ ସେ ସୁଶାନ୍ତଙ୍କ ସହ ଏ ସମ୍ପର୍କରେ କଥା ହୋଇଥିଲେ। ସୁଶାନ୍ତ ମଧ୍ୟ ଏହି ଫିଲ୍ମ ପାଇଁ ରାଜିଥିଲେ। କିନ୍ତୁ ସୁଶାନ୍ତଙ୍କ ମୃତ୍ୟୁ ପରେ ଏହି ଫିଲ୍ମରେ ଆୟୁଷ୍ମାନଙ୍କୁ ନେଇଛନ୍ତି ଅଭିଷେକ।

ଏହି ଫିଲ୍ମରେ ଆୟୁଷ୍ମାନ ଜଣେ ଆଥଲେଟ୍ ଭୂମିକାରେ ନଜର ଆସିବେ।  ତେବେ ଫିଲ୍ମର ସୁଟିଂ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ।  ଖୁବଶୀଘ୍ର ସୁଟିଂ ସାରି ଫିଲ୍ମକୁ ୨୦୨୧ ରିଲିଜ କରିବାକୁ ଯୋଜନା ରଖିଛନ୍ତି ନିର୍ମାତା।

Comment