ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିରିଏଲରୁ ଫିଲ୍ମ ପର୍ଯ୍ୟନ୍ତ ଯାତ୍ରା କରିଥିବା ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୭ ମାସ ବିତିଗଲାଣି। କିନ୍ତୁ ନିଜର ଚମତ୍କାର ଅଭିନୟ ଓ ମନ କିଣିନେଲା ଭଳି ହସ ପାଇଁ ସେ ଏବେ ଦର୍ଶକଙ୍କ ମନରେ ଅଛନ୍ତି। ଆଜି ତାଙ୍କ ଜନ୍ମଦିନ ହୋଇଥିବାରୁ ସୁଶାନ୍ତଙ୍କ ପରିବାର ଭାବବିହ୍ୱଳ ହୋଇପଡ଼ିଛନ୍ତି। ସେହିପରି ସୁଶାନ୍ତଙ୍କ ପ୍ରଶଂସକ ତାଙ୍କୁ ଏବେ ବି ଝୁରୁଛନ୍ତି।

ସୋସିଆଲ ମିଡିଆରେ ଲୋକମାନେ ଅଭିନେତାଙ୍କୁ ମନେ ପକାଇ ତାଙ୍କର ଫଟୋ, କୋଟ୍‌ ଏବଂ କିଛି ପୁରୁଣା ଭିଡିଓ ମଧ୍ୟ ସେୟାର କରୁଛନ୍ତି। ଏହାସହିତ କିଛି ପ୍ରଶଂସକ ସୁଶାନ୍ତଙ୍କୁ ମନେ ପକାଇ ଭାବୁକ ହୋଇପଡ଼ିଥିବା ଦେଖିବାକୁ ମିଳିଛି।

ଛୋଟ ପରଦାରୁ ବଲିଉଡ୍‌ ଷ୍ଟାର ବନିଥିବା ସୁଶାନ୍ତ ସିଂହ ରାଜପୁତ ୧୯୮୬ ମସିହା ଜାନୁଆରି ୨୧ରେ ପାଟନାରେ ଜନ୍ମ ଗ୍ରହଣ କରିଥିଲେ। ସୁଶାନ୍ତ ସିଂହ ଟିଭି ପରଦାରୁ ଯାଇ ବଲିଉଡରେ ଜଣେ ବେଶ୍ ଜଣାଶୁଣା ଅଭିନେତା ହୋଇପାରିଥିଲେ।

କାଇ-ପୋ-ଚେ, ଏମ୍‌ ଏସ୍‌ ଧୋନି ଦି ଅନଟୋଲ୍ଡ ଷ୍ଟୋରି, ପି.କେ, କେଦାରନାଥ ଭଳି ସୁପରହିଟ୍‌ ଫିଲ୍ମରେ ନିଜ ଦମଦାର ଅଭିନୟ କରି ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ ଅଭିନେତା ସୁଶାନ୍ତ ସିଂ ରାଜପୁତ।

ଅଭିନେତା ସୁଶାନ୍ତ ସିଂହ ରାଜପୁତ ୨୦୨୦, ଜୁନ ୧୪ ତାରିଖରେ ମୁମ୍ବାଇ ବାନ୍ଦ୍ରାସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ। ଏହି ଖବର ଅନେକଙ୍କୁ ଚକିତ କରିଥିଲା। କେହି କେହି ଏହି ଖବରକୁ ଆଦୌ ଗ୍ରହଣ କରିପାରୁନଥିଲେ। ସୁଶାନ୍ତଙ୍କ ମୃତ୍ୟରେ ପୂରା ବଲିଉଡକୁ ଏବ ବଡ଼ ଝଟକା ଲାଗିଥିଲା।

Comment