ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁଶାନ୍ତ ସିଂ ରାଜପୁତ  ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ଲିଙ୍କ୍‌ରେ ଗିରଫ ହୋଇଥିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ଦୀର୍ଘ ୨୮ ଦିନ ମୁମ୍ବାଇ ବାଏକୁଲ୍ଲା ଜେଲରେ କାଟିବା ପରେ ବୁଧବାର ହାଇକୋର୍ଟ ତାଙ୍କୁ ଜାମିନ ଦେଇଥିଲେ। ଜାମିନ ପାଇବା ପରେ ରିୟା ଏବେ ନିଜ ଘରେ ଅଛନ୍ତି। ତେବେ ଏହି ୨୮ ଦିନ ରିୟାଙ୍କର କିଭଳି କଟିଲା ଏନେଇ ତାଙ୍କ ଓକିଲ ବୟାନ ଦେଇଛନ୍ତି।Rhea chakrabarti

ରିୟାଙ୍କ ଓକିଲ ସତୀଶ ମନାସିନ୍ଦେ କହିବା ଅନୁସାରେ ରିୟା ଜେଲରେ ଥିବାବେଳେ ନିଜକୁ ବହୁତ ସକାରାତ୍ମକ ରଖିବାକୁ ଚେଷ୍ଟା କରିଥିଲେ। ବାହାରକୁ ଆସିବା ପରେ ସେ ନିଜ ଭାବମୂର୍ତ୍ତିକୁ ଠିକ୍ କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହେଉଥିଲେ।

ଏଥିସହ ରିୟା ଜେଲର ଅନ୍ତେବାସୀମାନଙ୍କ ପାଇଁ ଯୋଗ କ୍ଲାସ କରୁଥିଲେ। ସେ ଜେଲରେ ଥିବା କଏଦୀମାନଙ୍କୁ ଯୋଗ ଶିକ୍ଷା ଦେଉଥିଲେ।

ସେ ଜଣେ ସାଧାରଣ ମହିଳାଙ୍କ ଭଳି ରିୟା ଜେଲରେ ୨୮ ଦିନ ବିତାଇଥିଲେ। କରୋନା ମହାମାରୀ ଯୋଗୁଁ ଘର ଖାଇବା ଜେଲକୁ ଯାଉନଥିବାରୁ ରିୟା ଜେଲ୍‌ ଖାଦ୍ୟ ହିଁ ଖାଉଥିଲେ। ଜେଲରେ ମଧ୍ୟ ନିଜର ଯତ୍ନ ନେଉଥିଲେ।

Comment