ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜନ୍ମଦିନରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ଶ୍ରଦ୍ଧାଞ୍ଜଳି।

ସୁଶାନ୍ତ ସିଂ ରାଜପୁତ ଗତ ଆଠ ବର୍ଷ ମଧ୍ୟରେ ପ୍ରାୟ ୧୦ଟି  ଫିଲ୍ମରେ କାମ କରିଥିଲେ। ଖାସ କଥା ହେଉଛି ତାଙ୍କ ସହ କାମ କରି କେତେକ ହିରୋଇନ ମଧ୍ୟ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଆଜି ସେହି ସମସ୍ତ ଅଭିନେତ୍ରୀମାନେ ବଲିଉଡରେ ବଡ଼ ନାଁ। ସେହିମାନଙ୍କ ପାଇଁ ସୁଶାନ୍ତ ଲକିଚାର୍ମ ମଧ୍ୟ ଥିଲେ। ଆପଣ ଜାଣନ୍ତି କି ଏହି ଅଭିନେତ୍ରୀମାନେ କିଏ?

 

ଦିଶା ପଟାନୀ

‘ଏମ୍‌ ଏସ୍‌ ଧୋନି ଦ ଅନଟୋଲ୍ଡ ଷ୍ଟୋରି’ ଫିଲ୍ମରେ ଦିଶା ତାଙ୍କ ବଲିଉଡରେ ଡେବ୍ୟୁ କରିଥିଲେ। ଦିଶାଙ୍କ ଫିଲ୍ମ କ୍ୟାରିୟର ସୁଶାନ୍ତଙ୍କ ଫିଲ୍ମରେ ଏକ ଛୋଟ ଭୂମିକା ସହିତ ଆରମ୍ଭ ହୋଇଥିଲା। ଆଜି ଦିଶା ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ।

କିଆରା ଆଡଭାନି

କିଆରା ଆଡଭାନୀ ସୁଶାନ୍ତଙ୍କ ସହ ଏମ୍‌ଏସ୍‌ ଧୋନି ଫିଲ୍ମରେ କାମ କରିଥିଲେ। ଏହା ତାଙ୍କର ଡେବ୍ୟୁ ଫିଲ୍ମ ନଥିଲା। କିନ୍ତୁ ଏହି ଫିଲ୍ମ ତାଙ୍କୁ ଲୋକଲୋଚନକୁ ଆଣିଥିଲା।  ଏହି ଫିଲ୍ମରେ ସେ ଧୋନୀଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ।

କ୍ରିତୀ ସାନନ୍

କ୍ରିତୀ ଟାଇଗର ଶ୍ରଫଙ୍କ ସହ ଡେବ୍ୟୁ କରିଥିଲେ, କିନ୍ତୁ ସୁଶାନ୍ତଙ୍କ ସହ ତାଙ୍କ ଫିଲ୍ମ ରାବତା ତାଙ୍କୁ ଅନେକ ପ୍ରଶଂସା ଦେଇଥିଲା।

ସାରା ଅଲ୍ଲୀ ଖାନ

ସାରା ମଧ୍ୟ ସୁଶାନ୍ତଙ୍କ ସହ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ କେଦାରନାଥ ଥିଲା। ଫିଲ୍ମରେ ସୁଶାନ୍ତଙ୍କ ଅଭିନୟ ଦମଦାର ଥିଲା।

ବାଣୀ କପୁର

ବାଣୀ କପୁର ସୁଶାନ୍ତଙ୍କ ଦ୍ୱିତୀୟ ଫିଲ୍ମ ଶୁଦ୍ଧ ଦେଶୀ ରୋମାନ୍ସରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ପରିଣିତି ଚୋପ୍ରାଙ୍କ ନାୟକ ଥିଲେ ସୁଶାନ୍ତ। ବାଣୀଙ୍କୁ ଏହି ଫିଲ୍ମରେ ବିଗ୍‌ ବଜେଟ ଫିଲ୍ମ ବ୍ରେକ ମିଳିଛି।

Comment